STORYMIRROR

KRUTIBAS NAYAK

Children

3  

KRUTIBAS NAYAK

Children

କୁନିଛୁଆ ଉତ୍ତର

କୁନିଛୁଆ ଉତ୍ତର

1 min
203


ପଚାରିଦେଲି କୁନିଛୁଆକୁ ଉତ୍ତର ଦେଲା ଠୋ-ଠା,

ପ୍ରଶ୍ନ ମୋହର ଉତ୍ତର ତା'ର ମୋ ମନକହେ ହାଃ-ହାଃ ।


ଦାନ୍ତ ତୋହର କୁଆଡ଼େ ଗଲା ? ଚୁଟିଆ ମୂଷା ନେଇଛି,

କଥାରେ ତୋର ମହୁ ଝରୁଛି ? ମହୁମାଛିଟି ଦେଇଛି ।


କାନରେ ତୁହି ଶୁଣିବୁ କିସ ? କୋଇଲି ଗୀତ ଗାଉଛି,

ଲମ୍ବାଗୋଡ଼ ତୁ ପାଇବୁ କାହୁଁ ? ବଗ ଦେବାକୁ କହିଛି ।


ଚାଲିବା କିଏ ଶିଖେଇ ଦେବ ? ପଡ଼ି ଉଠି ମୁଁ ଶିଖିବି,

ଆଖିରେ ତୋର କ'ଣ ହେବ ? ସାରା ଦୁନିଆ ଦେଖିବି ।


ପାଠ କିଏ ସେ ପଢେଇ ଦେବ ? ପ୍ରକୃତି ମାଆ ଡାକିଛି,

ହସ କାହାଠୁଁ ଶିଖିବୁ କହ ? ବାଡ଼ିରେ ଫୁଲ ଫୁଟିଛି ।


ମହାକାଶକୁ କେମିତି ଯିବୁ ? ଗଢିବି ନୂଆ ରକେଟ,

ଆମକୁ ଟିକେ ସାଙ୍ଗରେ ନେବୁ ? କାଟିକି ରଖ ଟିକେଟ ।



Rate this content
Log in

Similar oriya poem from Children