STORYMIRROR

Prasanta Kumar Behera

Romance Classics Fantasy

4  

Prasanta Kumar Behera

Romance Classics Fantasy

କୁମ୍ଭ କଳିକା ଆଗୋ ମୋନାଲିସା.....

କୁମ୍ଭ କଳିକା ଆଗୋ ମୋନାଲିସା.....

1 min
245


ଦକ୍ଷ କନ୍ୟା ଆଗୋ ମୋନାଲିସା 

ଶିବ - ପ୍ରିୟା ତମେ ପ୍ରତିଟି 

ଜନ୍ମେ,


ରୁଦ୍ରାକ୍ଷ - ଶୋଭିତା ଆଗୋ ଗିରିଶୁତା 

ନୀଳ ନୟନା ଗୋ ତମ ହାସ୍ୟ, ଲାସ୍ୟ 

ଶ୍ୟାମଳ ବନାନୀ ଅଂକେ 

ଦମିନୀ ଯେହ୍ନେ l


ଅମୃତ କଳସ ଧରିଥିଲ ଅବା 

ତମ ମୃଣାଳ ଲତିକା 

ଅଳସ ହସ୍ତେ,


ଅମୃତ ଆଶାୟୀ ଶତେକ ତୃଷାର୍ତ୍ତ 

ପିଇ ଚାଲିଥିଲେ ଵିନ୍ଦୁ ବିଂଦୁ ସୁଧା 

ସତେ କି ପ୍ରୟାଗରାଜର 

ପବିତ୍ର ପ୍ରାନ୍ତେ l


ଲୋଡୁ ଥିଲେ ସର୍ବେ ତମ 

ସାନ୍ନିଧ୍ୟ, ଆଗୋ ମଧୁସ୍ତlଵୀ

ମୋହିନୀ ଲିସା,


ନବ କଳିକା ଗୋ, ଚକୋରୀ ଚନ୍ଦ୍ରିକା 

ଲଜ୍ୱାବତୀ ରମ୍ଭା ମନୋରମା ତମ 

ତନୁରେ ଛୁଟୁଛି ରୂପର ବନ୍ୟା 

ଆଗୋ ମୋନାଲିସା ......



Rate this content
Log in

Similar oriya poem from Romance