କୁହୁକ ଦ୍ଵାର
କୁହୁକ ଦ୍ଵାର
ସ୍ବପ୍ନିଳ ଆଖିରେ ନିଦ ଆସେ ନାହିଁ
ଆଖି ଥାଏ ସଦା ଉଜାଗର
କର୍ମହୀନତାପଣ ଚାହିଁ ରହିଥାଏ
କୁହୁକ ପାହାଡ ଦ୍ଵାର ପରି ସଜେଇ
ହୋଇଯାଆନ୍ତା କି ବିଭବ, ପ୍ରତିପତ୍ତି
କିଛି ବି ନ ଥାନ୍ତା କଷ୍ଟ , ସଙ୍ଗେ ସଙ୍ଗେ
ମନ ଉଡି ଯାଆନ୍ତା ଦୂର ଦିଗବଳୟରେ
ରଚିଯାଆନ୍ତା ନୂଆ ନୂଆ ଆଶା ଆକାଂକ୍ଷାର
କୁହୁକ ନଗରୀ ର ପରସ, ବଦଳାଇ ଦେଇ
ନିଜେ ନିଜକୁ ପ୍ରାପ୍ତ ହୁଅନ୍ତା ଏକ ସୁନ୍ଦର
ସାବଲୀଳ ଜୀବନ, ଏହି କୁହୁକ ପାହାଡର
ଶୀର୍ଷରେ ଛିଡା ହୋଇ ଅଟହାସ୍ୟ କରି
କହନ୍ତି ସଭିଙ୍କୁ, ମୋଠାରୁ ଚାଲାଖ ଚତୁର
ନାହିଁ କେହି ମୁଁ ଆଜି ଖୋଲି ଦେଇଛି
କୁହୁକ ପାହାଡ ର ଦ୍ଵାର
ହେଲେ ଅଡୁଆ ସୁତାର ଆବରଣ
କେତେ ଶକ୍ତ ଜାଣି ନ ଥାଏ
ଏ ନିର୍ବୋଧ ମଣିଷ।
