କୁହୁଡି
କୁହୁଡି
ଶୀତରେ କୁହୁଡି ବସୁଧା ପଗଡି
ମୁହଁକୁ ଲୁଚାଇ ଦିଏ
ଚାହିଁଲେ ଯୁଆଡେ ଧୂଆଁ ଚାରିଆଡେ
ଯାତ୍ରା ଅସମ୍ଭବ ହୁଏ ।
କାନ୍ଦଇ ମେଦିନୀ ହସଇ ଯାମିନୀ
ପେଷି ଦେଇ ରାମବାଣ
କୁହେଳିକା ମୟ ପଥ ଯେ ଅଥୟ
ଚାଲିଯାଏ କେତେ ପ୍ରାଣ ।
ଶୀତରେ ଦକ୍ଷିଣା ପବନ ପାଉଣା
ବସୁଧା ପାଏ କୁହୁଡି
ଦୁଇ ଘଡି ରାତି ବକ୍ଷରେ ଧରିତ୍ରୀ
ଆସେ ବୀର ଦର୍ପେ ମାଡି ।
ଆଲୋକ ଭେଦେନି ସେହି ସୋହାଗିନୀ
ଶୀତ ରାତ୍ରେ ଆସେ ବୁଲି
ଦିଅଇ ବୁଝାଇ ହେ ମଣିଷ ଭାଇ
ସବୁ କୁହେଳିକା ବୋଲି ।
କାହିଁ ମିଛଟାରେ କୁହୁଡି ପହଁରେ
ଶ୍ରମ ହୁଏ ଅଙ୍ଗେ ଭାରି
ଫଳ ପାଏ ଶୁନ ହୋଇଲେ ସମ୍ପୂର୍ଣ୍ଣ
ବୟସ ଯାଏ ତା ସରି ।
ଥଣ୍ଡା ଅତ୍ୟଧିକ ଲଭିଲେ ଭୂତ୍ବକ
ଜଳକଣା ସୃଷ୍ଟି ହୁଏ
ହୋଇ ଏକ ମେଳ ଆବରଣ ତାର
ଭୂତ୍ବକ ଲୁଚାଇ ଦିଏ ।
କୁହୁଡିର କୀଟ କରିଥାନ୍ତି ନଷ୍ଟ
ଚାଷୀ ଭାଇର ଫସଲ
ଆମ୍ବ ବଉଳଟି ଆପେ ଯାଏ ଶୁଖି
ହୋଇ କେଡେ କଲବଲ ।
କେତେ ବୃକ୍ଷ ଲତା ପାଇ ଶୀତଳତା
ଦୀର୍ଘାୟୁ ଭାବନ୍ତି ମନେ
କାପାଇଁ କି ସେହି ବିଷ ହୋଇଯାଇ
କଷ୍ଟ ଦିଅଇ ଜୀବନେ ।