କୁହୁଡି ପରି
କୁହୁଡି ପରି
ଅବିକଳ ଠିକ ମୁଁ ଆଉ ମୋ ଜୀବନ,
ଯେତେ ଚେଷ୍ଟା ପହଞ୍ଚିବାକୁ ଲକ୍ଷସ୍ଥଳରେ,
କିନ୍ତୁ ଦୁରେଇ ଦୁରେଇ ଜାଏ ଜୀବନ ମୋଠୁ,
ଧିରେ ଧିରେ ଦୁଷାଧ୍ୟ ହୁଏ ଜାଣେନା କାହିଁକି?
ଆଶା ଥିଲା ଚୋରା ଚାଇତାଳି ପରେ ପରେ,
ଫଗୁଣ ଆଣିବ ଫଗୁର ପସରା,
ଭିଜେଇବ ହଜେଇବ ମଜେଇବ ସଭିଙ୍କୁ ପରଶରେ,
ଫଗୁଣ ହଜୁ ହଜୁ ବସନ୍ତକୁ ଦେଇଯିବ ନିମନ୍ତ୍ରଣ,
ଲେଖିଜିବ ଅନେକ ଅକୁହା କଥାକୁ,
ତା ପରଶରେ ପୁରକରିବାକୁ।
ଏତ ଆଶା ଆଉ ଆକାଂକ୍ଷାର କଥା,
ବାସ୍ତବ ଜୀବନ କିନ୍ତୁ ଏହାଠୁ ଢେର ଦୂରରେ,
ସତେ ଯେମିତି ଶୀତ ସକାଳର କୁହୁଡି ଭରା,
ଶୀତ ସିନା ଲାଗିବନି ହେଲେ ଗୋଟାପଣେ ହୋଇଯିବ ଓଦା,
କେବେ ଅନ୍ୟର ଛଳନାରେ କେବେ ଆପଣାର ଶତ୍ରୁ ହେବାରେ,
ହେଲେ ଚେଷ୍ଟା ସବୁ ସେତେବେଳେ ହୋଇଯାଏ ବିଫଳ,
ଘନ କୁହୁଡାରେ ଆଖିରେ ଯେବେ ପଡ଼ିଯାଏ ପଲକ,
ପଡେନାହିଁ ଜଣା ଏଠି କିଏ ନିଜର କିଏ ପର,
ତଥାପି ଆଶା ବାନ୍ଧିବାସେ ହଟିଯିବ ଏ କୁହାଡ଼ାର ଆବରଣ,
ନିଶ୍ଚୟ ଦିନେ ଖେଳିବ ଖୁସିର ସୁରୁଜ,
ସ୍ନେହ,ପ୍ରେମ,ଭାତୃତ୍ବର ମୁରୁଜ ବୁଣି,
ଆଉ ନେଇ ଆସିବ ନୂଆ ଏକ ଉଦ୍ଦୀପନା କୁ,
ମୋ ଦୁଃଖର ଜୁଆରକୁ ସମୁଦ୍ରର ଅତାଳ ତାଳ ଗର୍ଭକୁ,
ଗଲା ବେଳେ ଦେଇଯିବ ଜୀବନରେ ଖୁସି ହେବାର ପ୍ରତିଶ୍ରୁତି।