STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

କୁହ ସରକାରୀ ବାବୁ

କୁହ ସରକାରୀ ବାବୁ

1 min
336



ଭାଷଣ କେତେ ଶୁଣାଇବ ହେ

   କୁହ ସର୍କାରୀ‌ ବାବୁ,

ଯାହା ଦେଉଛ‌ ସିଧା ଭାଷଣ 

   କାମ ଓଲଟା ସବୁ।

ସର୍କାରୀ‌ ଲୋକ ଯଦି ହୋଇଛ

   ଏହି କଥାଟି କୁହ,

ତୁମର କେତେ ଯାଆନ୍ତି ପିଲେ

   ସର୍କାରୀ ବିଦ୍ୟାଳୟ?

ତୁମ ପିଲାଙ୍କୁ ପବ୍ଲିକ୍ ସ୍କୁଲ୍‌ରେ

   ନେଇ ପଢାଉ ଥାଅ, 

ପ୍ରାଇଭେଟ୍‌ରେ ପଢେଇ‌ ତୁମେ 

   ଗର୍ମେଣ୍ଟ୍‌ ଚାକିରି ଚାହଁ।

ସରକାରଙ୍କ ଠାରୁ ବି ଅର୍ଥ 

   ନେଉଛ ହାଡେ‌ ହାଡେ,

ସର୍କାରୀ ସ୍କୁଲ୍ ଛାଡି ପିଲାଙ୍କୁ 

   ପଢାଅ ଆଡେ ସାଡେ‌।

ସର୍କାରୀ ସ୍କୁଲ୍ ଶିକ୍ଷକ ମଧ୍ଯ

    ନିଜ ପିଲାଙ୍କୁ ନେଇ,

ପ୍ରାଇଭେଟ୍‌ରେ ପଢ଼ାଉଛନ୍ତି 

   କ'ଣ କହିବା ଭାଇ?

ତୁମର କ'ଣ ଭରଷା ନାହିଁ 

   ସର୍କାରୀ‌ ବିଦ୍ଯାଳୟେ‌,

ସେଠାରେ କ'ଣ ପିଲାଙ୍କୁ ଭଲ 

   ପାଠ ପଢା ନ ହୁଏ?

ଆମ ଓଡ଼ିଆ ଅସ୍ମିତା କଥା

   ସମସ୍ତେ କହୁଅଛ,

ଏଣେ ଓଡିଆ ଛାଡି ଇଂରେଜୀ

   ପ୍ରେମରେ ପଡୁଅଛ‌।

କୁହ ଓଡ଼ିଆ ଲେଖ ଓଡ଼ିଆ 

   ପଢ ଓଡ଼ିଆ ବହି,

ଓଡ଼ିଆ ଦସ୍ତଖତ କରିବା 

   ପାଇଁ କହୁଛ ଭାଇ ।

ପ୍ରଥମେ ତୁମେ ମାନ ଏ କଥା 

   ହୋଇଛ ଯଦି ନେତା,

ପବ୍ଲିକ୍ ସ୍କୁଲ ନୁହେଁ ପିଲାଙ୍କୁ 

   ସର୍କାରୀ ସ୍କୁଲ୍ ପଠା।

ଏବେ ସଭିଙ୍କ ପାଇଁ ଗୋଟିଏ 

   ନିୟମ ଲାଗୁ ହେଉ,

ସର୍‌କାରୀ ସ୍କୁଲ ପିଲାଙ୍କୁ ଆଗ

    ଚାକିରି ମିଳିଯାଉ‌।

ସର୍କାରୀ ସ୍କୁଲ

୍ ପିଲାଙ୍କ ପାଇଁ 

   କିଛିଟା‌ ରହୁ କୋଟା,

ସବୁ ଦିନକୁ ରହୁ ଓଡ଼ିଆ 

   ଆମ ଅସ୍ମିତା କଥା‌।

ରଙ୍ଗ ରାଜରେ‌ ଚାକଚକ୍ଯରେ

   ମଧ୍ୟାହ୍ନ ଭୋଜନରେ,

ଅଧିକ ଧ୍ୟାନ ଏଥିରେ କିନ୍ତୁ

   କମ୍ ପାଠପଢାରେ।

ଶିକ୍ଷାଦାନଠୁଁ ବୌଧିକ ଜ୍ଞାନ 

   ନିତ୍ଯାନ୍ତ‌ ଆବଶ୍ୟକ,

ସଂସ୍କାର,ବ୍ଯବହାର,ଚରିତ୍ର

   ହେଉ ସ୍ଵତନ୍ତ୍ର ପାଠ୍ୟ।

ଗୀତା ପୁରାଣ ଅଧ୍ଯାତ୍ମ୍ଯ ଜ୍ଞାନ 

   ପାଠ୍ୟ ଖସଡ଼ା ହେଉ,

ପିଲାମାନଙ୍କୁ ପାଠ ସହିତ 

   ଏ ଜ୍ଞାନ ଦିଆଯାଉ।

ଦିନକୁ ଦିନ ସର୍କାରୀ‌ ସ୍କୁଲ 

    ଚାହିଦା‌ କମିଯାଏ‌,

ଛତୁ ଫୁଟିଲା ଭଳି ପବ୍ଲିକ

    ସ୍କୁଲ ଯେ ବ୍ୟାପୁଥାଏ‌।

ପବ୍ଲିକ୍ ସ୍କୁଲ ଖୋଲୁ ସେଥିରେ

   ଯାଏଆସ ନାହିଁ କିଛି,

କିନ୍ତୁ ସର୍କାରୀ‌ ବାବୁ ନେତାଙ୍କୁ 

   କଥାଟି କହୁଅଛି।

ନିଜ ପିଲାଙ୍କୁ ସର୍କାରୀ‌ ସ୍କୁଲ 

   ପଠାଅ ଆଜ୍ଞା ନିତି,

ଓଡ଼ିଆ ଭାଷା ସାହିତ୍ୟ ବଞ୍ଚୁ

   ହସୁ ଓଡ଼ିଆ ଜାତି।

ତୁମ ପିଲା ବି ଖାଇ ମଧ୍ୟାହ୍ନ

   ଭୋଜନ ଗାଁ ସ୍କୁଲ‌ରେ,

ଆମ ପିଲାଙ୍କ ସହ ପଢନ୍ତୁ 

   ଖେଳନ୍ତୁ ତାଙ୍କ ମେଳେ।

ନିଶ୍ଚୟ ପୁଣି ଆମ ଗାଆଁର 

   ହସିବ ବିଦ୍ୟାଳୟ,

ଓଡ଼ିଆ ଭାଷା ମାନ ରହିବ

   ଯିବ ପାଶ୍ଚାତ୍ୟ ମୋହ।

ସମସ୍ତ କାର୍ଯ୍ୟାଳୟରେ ଯଦି 

    ଓଡ଼ିଆ ପ୍ରଚଳିବ‌,

ତେବେ ଓଡ଼ିଆ ଅସ୍ମିତା ଆମ

    ଉତ୍କଳେ ବିକଶିବ‌। 



Rate this content
Log in

Similar oriya poem from Tragedy