STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

କୁହ ସେ ଜଣକ କିଏ?

କୁହ ସେ ଜଣକ କିଏ?

1 min
497

 ଶୂନ୍ୟତାରେ ଘୋଟି ଥାଏ

ସେହି ଅନ୍ଧାରଟି ସକାଳ ହେବାରୁ

 କୁଆଡେ ଦୂରେଇ ଯାଏ? 

ଏହି କାର୍ଯ୍ୟକ୍ରମ ପଛରେ କାହାର

  ହାତ ନିଶ୍ଚେ ରହିଥାଏ

 ଦୟାକରି ଭାଇ ବିବେକ ଖଟାଇ

  କୁହ ସେ ଜଣକ କିଏ?(୧)


ଉଦ୍ୟାନରେ ଫୁଲ ବିଭିନ୍ନ ରଙ୍ଗର

  କେ ରଙ୍ଗ ସୁଗନ୍ଧ ଦିଏ

ପରଜାପତିର ଟିକି ଡେଣାପରେ

  କିଏ ଚିତ୍ର ଆଙ୍କି ଥାଏ

ଦେହରେ ବାଜୁଛି ଶୀତଳ ପବନ

  ସେ ପବନ କିଏ ଦିଏ

ଦୟାକରି ଭାଇ ବିବେକ ଖଟାଇ

  କୁହ ସେ ଜଣକ କିଏ?(୨) 


କେତେ ରକମର ବିଭିନ୍ନ ସ୍ୱାଦର

  ଫଳ କେ ସୃଷ୍ଟି କରୁଛି

କଦଳୀ ପାଚିଲେ ମିଠା ଲାଗୁଅଛି

  ଲଙ୍କା ରାଗ ଲାଗୁଅଛି

ନିମ ପିତା ପୁଣି ତେନ୍ତୁଳି ଆମ୍ବିଳା

  ଏ ସବୁ କରୁଛି କିଏ

ଦୟାକରି ଭାଇ ବିବେକ ଖଟାଇ

  କୁହ ସେ ଜଣକ କିଏ?(୩)


ନଡ଼ିଆ ଗଛରେ କିଏ ଚଢିଯାଏ

  ତା' ଭିତରେ ପାଣି ଭରେ

ଆକାଶ ଛାତିରେ ନୀଳ ରଙ୍ଗ ଗୁଡା

  ବୋଳେ କିଏ କେତେବେଳେ

ଛୋଟିଆ ପିମ୍ପୁଡ଼ି ମୁଣ୍ଡରେ କେ ଖାଦ୍ୟ

  ସଂଗ୍ରହର ବୁଦ୍ଧି ଦିଏ

ଦୟାକରି ଭାଇ ବିବେକ ଖଟାଇ

  କୁହ ସେ ଜଣକ କିଏ?(୪)


ଖରା ପରେ ବର୍ଷା ଶରତ ହେମନ୍ତ

  ଶୀତ ଓ ବସନ୍ତ ଋତୁ

କାହା ଆଦେଶରେ ଆସି ପହଞ୍ଚନ୍ତି

  ଆପଣ ଦେଖି କୁହନ୍ତୁ

ଫଗୁଣେ ମଳୟ କୋଇଲିର କଣ୍ଠେ

  କୁହୁ କିଏ ତୋଳୁଥାଏ

ଦୟାକରି ଭାଇ ବିବେକ ଖଟାଇ

  କୁହ ସେ ଜଣକ କିଏ?(୫)  


 କିଏ ସେ ବିନ୍ଧାଣୀ ପାହାଡ଼ ପର୍ବତ

  ବଡ଼ ବଡ଼ କରିଛନ୍ତି

କାହା ଅନୁମତି ନେଇ ନଦୀମାନେ

  ସାଗରେ ଯାଇ ମିଶନ୍ତି  

ଉଡନ୍ତାବୁଡନ୍ତା ଚଳଅଚଳନ୍ତି

  ଜୀବ କରିଛନ୍ତି କିଏ

ଦୟାକରି ଭାଇ ବିବେକ ଖଟାଇ

  କୁହ ସେ ଜଣକ କିଏ? (୬) 


ଛପ୍ନାକୋଟି ଜୀବ ବାଉନ ଭଣ୍ଡାର

  ସୃଷ୍ଟି କରିଅଛି କିଏ

ସୂର୍ଯ୍ୟ ଚନ୍ଦ୍ରତାରାଗ୍ରହ ଓ ନକ୍ଷତ୍ର

  ସତେକି ଅଦ୍ଭୁତ ଇଏ

କାହା ମନେ ପ୍ରେମ କାହାମନେ ରୁଷା

  ଏ ସବୁ କରୁଛି କିଏ

ଦୟାକରି ଭାଇ ବିବେକ ଖଟାଇ

  କୁହ ସେ ଜଣକ କିଏ?(୭)


ଏ ବିଶ୍ଵ ବ୍ରହ୍ମାଣ୍ଡ ଆଖି ପାଉ ନାହିଁ

  ଧନ୍ୟ କାରିଗର ସିଏ

ଯାହାର ଇଚ୍ଛାରେ କବିଟି କଲମ

  ଆନନ୍ଦେ ଚଳାଇଥାଏ

ତା' ପାଦକୁ ଚିନ୍ତି ଏ ମୂର୍ଖ ଅପର୍ତ୍ତି

  ବଞ୍ଚିଛି ମରିବା ଯାଏଁ

ଦୟାକରି ଭାଇ ବିବେକ ଖଟାଇ

  କୁହ ସେ ଜଣକ କିଏ?(୮)



Rate this content
Log in

Similar oriya poem from Tragedy