କଥା ଅନ୍ତେ
କଥା ଅନ୍ତେ
ସଂଜ ନଇଁଗଲେ ସୋଫା କୋଳରେ ବସିକି ,
ଅନେଇଥାଏ ମୁଁ ତୁମ ହାତ କଫି କପଟି କି ,
ଗରମ ଗରମ କଫି ଓ ତା ତା ଧୂଆଁ ସତେ ଆସିବକି ,
ନିରବୀ ଥିବା ତୁମ ଓଠ ପୁଣି ସତେ କହିବକି ।।୧
ଯେବେ କଫି କପ ଖାଲି ହେଇଯାଏ ,
ତୁମେ ଉଠି ଚାଲିଯାଅ କଥା ସବୁ ସରିଯାଏ ,
ତୁମ କଥା ଅନ୍ତେ ଓଠ ତ ନୀରବିଯାଏ ,
କିନ୍ତୁ ମୁଁ ଶୁଣି ରୁହେ ନକହି ପାରି ବହୁ କଥା ଅବ୍ୟକ୍ତ ହୋଇଯାଏ ।। ୨
କଥା ଅନ୍ତେ ଇତି ସିନା ଲେଖାଯାଏ ,
କିନ୍ତୁ ଅନେକ କଥା ମୋ ଅବ୍ୟକ୍ତ ହୋଇରହିଯାଏ ,
ବହୁ କଥା କହିବାକୁ ଭାବି ନକହି କେମିତି ବି ସେପରି ରହିଯାଏ ,
କେଉଁ କୋଣେ ଯନ୍ତ୍ରଣା ହୋଇ ସେ ରହିଯାଏ ।। ୩
କଥା ଅନ୍ତେ ମୁଁ କିନ୍ତୁ ଚାହିଁଥାଏ ଭାଷା ବାରିଧିରେ ଭାସିବାକୁ,
ତୁମ ଓଠେ ହସ ଥାଏ କିନ୍ତୁ ମୁଁ ନିରବେ ଚାହିଁଥାଏ କିଛି ଆଉ କହିବାକୁ ,
ଭାବନା ନଈରେ ବୁଡି ଖୋଜୁଥାଏ ଖିଅଟିଏ ନୂଆ କଥା ହେବାକୁ ,
ଖୋଜେସୂତ୍ର କଥା ଅନ୍ତେ ଥିବା ପୂର୍ଣ୍ଣଛେଦକୁ ଲିଭେଇବାକୁ ।। ୪
ପ୍ରଗଳ୍ଭ ଉତ୍ସୃଙ୍ଖଳିତ ନଈ ହୁଏ ସ୍ଥିର ସମୁଦ୍ରେ ମିଶନ୍ତେ ,
ପ୍ରଣୟ ରୁ ଆରମ୍ଭି ପ୍ରଣବରେ ମିଶେ କିଛି କ୍ଷଣ ଅନ୍ତେ ,
ଉପସଂହାର ଫର୍ଦ୍ଦେ ସବୁଠି ଆସେ କଥା ଅନ୍ତେ ,
ଜୀବନର ଅଭିଭାଷା ବଦଳି ଯାଆନ୍ତା ସେଇ ଅବ୍ୟକ୍ତ କଥା ବ୍ୟକ୍ତ ହେବାନ୍ତେ ।। ୫