କ୍ଷୁଦ୍ର ମଧ୍ୟେ ସମ୍ଭାବନା ବହୁ
କ୍ଷୁଦ୍ର ମଧ୍ୟେ ସମ୍ଭାବନା ବହୁ
ଚାରା କହୁଥିଲା ମୋତେ ବଞ୍ଚାଅ
ମୋତେ ବଞ୍ଚାଅ
ଟିକେ ମୂଳେ ଦେଇ ଜଳ
ବଢିଲେ ଫଳିବି ଛାୟା ଦେବି ପୁଣି
ଢାଳିଦେବି କେତେ ଫଳ
ଦିନେ ବଡ଼ ହେଲେ ଦିନେ ବଡ଼ ହେଲେ
ମୋ କାୟା ବିସ୍ତାର ମୋ ଡାଳ ପତର
ମୋର ଗଣ୍ଡି,ପବ କେତେ,
କେତେ ଉପକାର ଲାଗିବି ତୁମର
ବହୁଥିବ ଝାଞ୍ଜି ତାତୁ ଥିବ ପାଦ
ଯେବେ ବସିଥିବ ମୋର ମୂଳେ,
କିଚିରି ମିଚିରି ଶବଦରେ ମୋର
ବସିଥିବେ ପକ୍ଷୀ ଡାଳେ
ପକ୍ଷୀର କାକଳି ଯେବେ ବାଜୁଥିବ କାନେ
ଚକ୍ଷୁ ମୁଦି ବାଟୋଇ ଶୋଇବ ଦିନେ,
ଆଜି ବିଶ୍ୱେ ପଡେ ହାହାକାର
ପରିବେଶ ନଷ୍ଟ କରୁଛ କାହିଁକି,
ମୋତେ ହଟାଇ ସୃଷ୍ଟିରୁ
କାରଖାନା ଦେଉଛ ଗଢ଼ାଇ
କାରଖାନା ବାଶ୍ପେ ଅଣନିଶ୍ୱାସୀ ହୋଇ
କେତେ ମହୋଷଧିର ମୂଳମନ୍ତ୍ର ମୁହିଁ
ଜାଣିନକି ତୁମେ ପରା,
ସକଳ ଶରୀର ତୁମ,
ମୋର ଉପାଦାନେ ଗଢ଼ା
ଏ କଥା ସଭିଏଁ ଚିନ୍ତନ କରିବ ପରା
ମୋତେ ବଞ୍ଚାଇଲେ ଫୁଲଫଳ
ମିଳେ ପୁଣି ଅମ୍ଳଜାନ,
ଏକ ଏକ କରି ଚାରା ଲଗାଇଲେ
ସୃଷ୍ଟି ହୁଏ ମଧୁବନ
ସେହି ମଧୁବନେ ସୃଷ୍ଟି ଶୃଙ୍ଖଳ,
ସଦା ରହିଥିବ
ସଦା ହସୁଥିବ ସୁସ୍ଥ ସମାଜ,
ବେଳହୁଁ ହୋସିଆର ହୋଇ
ଏ କଥା ମନରେ ହେଜ
ବୃକ୍ଷ ହିଁ ବନ୍ଧୁ ବୃକ୍ଷ ହିଁ ଜୀବନ
ମୁଁ କଅଁଳ ଚାରାଟିଏ କର ମୋତେ ଯତନ
ସଭିଏଁ ହୋଇବା ପୁଣି ସଚେତନ
ପୁଣି ସଚେତନ ।