STORYMIRROR

Sarojini Jena

Inspirational

4  

Sarojini Jena

Inspirational

କ୍ଷୁଦ୍ର ମଧ୍ୟେ ସମ୍ଭାବନା ବହୁ

କ୍ଷୁଦ୍ର ମଧ୍ୟେ ସମ୍ଭାବନା ବହୁ

1 min
333


ଚାରା କହୁଥିଲା ମୋତେ ବଞ୍ଚାଅ

ମୋତେ ବଞ୍ଚାଅ

ଟିକେ ମୂଳେ ଦେଇ ଜଳ

ବଢିଲେ ଫଳିବି ଛାୟା ଦେବି ପୁଣି

ଢାଳିଦେବି କେତେ ଫଳ

ଦିନେ ବଡ଼ ହେଲେ ଦିନେ ବଡ଼ ହେଲେ

ମୋ କାୟା ବିସ୍ତାର ମୋ ଡାଳ ପତର

ମୋର ଗଣ୍ଡି,ପବ କେତେ,

କେତେ ଉପକାର ଲାଗିବି ତୁମର

ବହୁଥିବ ଝାଞ୍ଜି ତାତୁ ଥିବ ପାଦ

ଯେବେ ବସିଥିବ ମୋର ମୂଳେ,

କିଚିରି ମିଚିରି ଶବଦରେ ମୋର

ବସିଥିବେ ପକ୍ଷୀ ଡାଳେ

ପକ୍ଷୀର କାକଳି ଯେବେ ବାଜୁଥିବ କାନେ

ଚକ୍ଷୁ ମୁଦି ବାଟୋଇ ଶୋଇବ ଦିନେ,

ଆଜି ବିଶ୍ୱେ ପଡେ ହାହାକାର

ପରିବେଶ ନଷ୍ଟ କରୁଛ କାହିଁକି,

ମୋତେ ହଟାଇ ସୃଷ୍ଟିରୁ 

କାରଖାନା ଦେଉଛ ଗଢ଼ାଇ

କାରଖାନା ବାଶ୍ପେ ଅଣନିଶ୍ୱାସୀ ହୋଇ

କେତେ ମହୋଷଧିର ମୂଳମନ୍ତ୍ର ମୁହିଁ

ଜାଣିନକି ତୁମେ ପରା,

ସକଳ ଶରୀର ତୁମ,

ମୋର ଉପାଦାନେ ଗଢ଼ା 

ଏ କଥା ସଭିଏଁ ଚିନ୍ତନ କରିବ ପରା

ମୋତେ ବଞ୍ଚାଇଲେ ଫୁଲଫଳ

ମିଳେ ପୁଣି ଅମ୍ଳଜାନ,

ଏକ ଏକ କରି ଚାରା ଲଗାଇଲେ

ସୃଷ୍ଟି ହୁଏ ମଧୁବନ

ସେହି ମଧୁବନେ ସୃଷ୍ଟି ଶୃଙ୍ଖଳ,

ସଦା ରହିଥିବ

ସଦା ହସୁଥିବ ସୁସ୍ଥ ସମାଜ,

ବେଳହୁଁ ହୋସିଆର ହୋଇ

ଏ କଥା ମନରେ ହେଜ

ବୃକ୍ଷ ହିଁ ବନ୍ଧୁ ବୃକ୍ଷ ହିଁ ଜୀବନ

ମୁଁ କଅଁଳ ଚାରାଟିଏ କର ମୋତେ ଯତନ 

ସଭିଏଁ ହୋଇବା ପୁଣି ସଚେତନ

ପୁଣି ସଚେତନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational