STORYMIRROR

Satyabati Swain

Inspirational

4  

Satyabati Swain

Inspirational

କ୍ଷଣେ

କ୍ଷଣେ

1 min
343


ମଗ୍ନ ମାଟି ମୁଁ

ଭଗ୍ନ ହୃଦୟ

ହସୁଛି ପସରା ମେଲି

ନାହିଁ ସେଇ ଦିନ

ଅଛି କିନ୍ତୁ ଚିହ୍ନ

ମନେ ପଡ଼ିଯାଏ ଖାଲି।।


ପୂର୍ଣ୍ଣତା ଚାହିଁ

ଶୁନ୍ୟତା କିଣେ

ସପନ ବଜାରୁ ସିନା

ଅଣ୍ଟିରୁ ପଇସା

ସରେ ତ ସହସା

ସରେନି ସଉଦା କିଣା।।


ଭୋ ଭୋ ପ୍ରାଣ

ସୁନାର ହରିଣ

ଆନମନା କରେ ପ୍ରାଣ

ସୁନା ହରିଣ

ଧ୍ୱଂସର କାରଣ

ବୁଝି ଅବୁଝା ଏ ମନ...!


ମୁଗ୍ଧ ଜୀବନ

ଦଗ୍ଧ ସକାଳ

ବିଦଗ୍ଧ ଅନ୍ତର ତଳେ

ନିଷ୍ଠୁର ସମୟ

ନହୋଇ ନିର୍ଦ୍ଦୟ

ରହ ବଞ୍ଚିଯାଏ 'କ୍ଷଣେ'।।


ସମୟ ତ ନିଜ

ଇଚ୍ଛାର ମାଲିକ

ଶୁଣେ କିବା କାର ଅଳି

ବୁହାଇ ନିଅଇ

ସବୁଙ୍କୁ ସାଥୀରେ

କାର କି ପୁରାଇଛି ଥାଳି....!


ସବୁ ତ ଜାଣିଛେ

ତଥାପି କାହିଁକି

ଆନମନା ହୁଏ ପ୍ରାଣ

କହ କିଆଁ ଏଇ 

ବିଷୟ ବାସନା

ନଚାଇ ନିଏ ଜୀବନ...!


ବୁଝିଛି ଏତିକି

ପାଇଛି ଯଦି ମୁଁ

ଅମୂଲ୍ୟ ନର ଜୀବନ

ଖୁସି ରହି ସଦା

ସ୍ନେହ,ପ୍ରେମ ବାଣ୍ଟି

ଛାଇଯିବି କିଛି ମନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational