STORYMIRROR

pranati Mahapatra

Abstract Others

4  

pranati Mahapatra

Abstract Others

କରୁଛି ସଂଗ୍ରାମ କରୁଥିବି

କରୁଛି ସଂଗ୍ରାମ କରୁଥିବି

1 min
406


ସଂଗ୍ରାମ କରୁଛି କରୁଥିବି ନିଶ୍ଚେ

ଓହରି ଯିବିନି ସେ ପଥରୁ,

ଯେତେବେଳ ଯାଏ ଅଚିହ୍ନାରୁ ଚିହ୍ନା

ନ ହୋଇଛି ଏ ସଂସାରରୁ।

ଶୈଶବ,କୈଶୋର ପାରିହୋଇ ମୁହିଁ

ପହଞ୍ଚିଲି ଯୌବନରେ,

ପ୍ରତାରଣା କଷ୍ଟ ଭୁଲି ପାରିଲିନି

ଭୁଲିଗଲି କବିତାରେ।

ବିରହ ବେଦନା ବଖାଣି ଚାଲିଲି 

ଦେଇ ଟିକେ ଟିକେ ଛୁଙ୍କ,

ସେ ଛୁଙ୍କ ବାସ୍ନାରେ କେତେ ଯେ ଅଚିହ୍ନା

ପହଞ୍ଚିଲେ ହୋଇ ରଙ୍କ।

ମୁଁ ତାଙ୍କ ପାଖେ ସେ ମୋ ପାଖେ

ରହିଥିଲୁ ଅଜଣା ହୋଇ ,

କ୍ଲେଶ ଦୁଃଖର ମୋ ସୃଷ୍ଟି ସମ୍ଭାର

ଆପଣାର ଗଲା ତହିଁ।

ସେ ମୋ ଦରଦୀ ବନ୍ଧୁ ହେଲେ ସିନା

ଆଜି ଅଚିହ୍ନା ମୁଁ ଏ ସଂସାରେ,

କରିଛି ଅପେକ୍ଷା କହିବ ଦୁନିଆଁ

ଅଚିହ୍ନା ନୁହେଁ ତୁ ଚିହ୍ନା ଏଠାରେ।

ଅଚିହ୍ନା ମଣିଷ ହୋଇବି ମଣିଷ

କେତେ କେଳଙ୍କାରୀ କରେ,

ଅଚିହ୍ନା ମଣିଷ ଉପକାର କରି

ପହଞ୍ଚାଏ ଶିଖରରେ,

ଚିହ୍ନା ମଣିଷଟା ସ୍ଵାର୍ଥେ ବଶ ହୋଇ ଦୁଃଖ

ଦିଏ ଏ କଳିକାଳରେ,

ସଂଗ୍ରାମ କରୁଛି ଅଚିହ୍ନାଙ୍କ ପାଖେ

ନିଶ୍ଚୟ ଚିହ୍ନା ହୋଇବି ଦିନେରେ।


Rate this content
Log in

Similar oriya poem from Abstract