STORYMIRROR

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

କର୍ତ୍ତବ୍ୟରେ ଅଟଳ ମହତ

କର୍ତ୍ତବ୍ୟରେ ଅଟଳ ମହତ

1 min
261

କେତେ ବୀର ଦେଶକୁ ସ୍ଵାଧୀନ କରିବା ପାଇଁ

ପ୍ରାଣବଳି ଦେଲେ ନିଜ ସ୍ବାର୍ଥ ଚାହିଁଲେ ନାହିଁ।


ବିର୍ସା ମୁଣ୍ଡା ଜୟୀ ରାଜଗୁରୁ କୃତ୍ତିବାସ୍ ଦେଶ ଗରବ

ସହିଦ ହେଲେ ଦେଶ ଯୁଗେ ଯୁଗେ ଯଶ କୀରତି ଥିବ।


ଦୋରା ବିଶୋଇ ଦେଶ ପ୍ରୀତି ତ ହେଲା କାଳଜୟୀ

ଇଂରେଜଙ୍କୁ ଚହଲାଇ ଚିର ନମସ୍ୟ ସେ ହୋଇଲେ ରହି।


ମଙ୍ଗଳ ପାଣ୍ଡେ ଗୋରା ଅତ୍ୟାଚାର ସହିଲେ ନାହିଁ

ସିପାହୀ ବିଦ୍ରୋହ କରି ଅମର ହେଲେ ଟି ସେହି।


ମାଟି ମାଆ ପାଇଁ ହସି ହସି ମଲେ ସେ କୃତ୍ତିବାସ୍  

ମରି ଆଜି ସେ ମହାନ ଥିଲା ତାଙ୍କଠି ସେ ବୀର ସାହସ।


ଉଦ୍ଦାମ ସିଂ ଖୁଡିରାମ ବାଜି ରାଉତ ପାଇଁ ଗର୍ବ ଆମ ଭାରତ

ନିଜ କର୍ତ୍ତବ୍ୟରେ ଅଟଳ ଥିଲା ଉଦ୍ଦେଶ୍ୟ ଥିଲା ତାଙ୍କ ମହତ।


ଗାନ୍ଧୀ ଗୋପବନ୍ଧୁ ସୁବାସ ବୋଷ ସ୍ଵାଧୀନ କରିବା ପାଇଁ

ଅସହଯୋଗ ଯେବେ କରିଲେ ଇଂରେଜ ଗଲା ଦୂରେଇ।



Rate this content
Log in

Similar oriya poem from Inspirational