STORYMIRROR

Jagannath Barik

Classics

3  

Jagannath Barik

Classics

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
342

କର୍ତ୍ତବ୍ୟ ନକରି କିଏ ଵା ବିଶ୍ୱ ସଂସାରେ ଅଛି

ଦେବ ନାଗ ନର କର୍ତ୍ତବ୍ୟ ଡୋରେ ବନ୍ଧା ଅଛନ୍ତି |

ସୃଷ୍ଟିକର୍ତ୍ତା ବ୍ରହ୍ମା କୁମ୍ଭାର ପରି ନିଶି ଦିବସ

କୋଟି ଜୀବ ଘଟ ଗଢ଼ନ୍ତି କ୍ଷଣେ ନୋହି ବିରସ |

ପାଳନ କରତା ବିଷ୍ଣୁକୁ ତିଳେ ନଥାଏ ତର

ସମଗ୍ର ବ୍ରହ୍ମାଣ୍ଡ ଚାଳକ ନିଦ ନାହିଁ ନେତ୍ରର |

ଦୁଷ୍କୃତି ବିନାଶ ଧର୍ମର ସଂସ୍ଥାପନା ଅର୍ଥର

ବାରବାର ଅବତରନ୍ତି ପ୍ରଭୁ ସାରଙ୍ଗଧର |

ନର କଳେବରେ ବରନ୍ତି ପ୍ରଭୁ ଘୋର ସଂକଟ

ଦେଖାନ୍ତି ଆଦର୍ଶ ସରଣୀ ସହି ଦୁଃସହ କଷ୍ଟ |

ସଦାଶିବ ଶିବ କପାଳ ଥାଳ ଧରି ହସ୍ତର

ଭିକ୍ଷାଟନ କରି ଶ୍ମଶାନେ ରହି ପ୍ରିୟା ସଙ୍ଗର |

ସୂର୍ଯ୍ୟ ସପ୍ତ ଅଶ୍ୱରଥରେ କରେ ପରିକ୍ରମଣ 

ଅବିରାମ ସମ ବେଗରେ ମହାକାଶ ଭ୍ରମଣ |

ଚାରିଖାନି ଜୀବ ଜଗତ ଧରା କରି ଧାରଣ

କାଳେକାଳେ କରେ ପାଳନ ସହ ପରିପୋଷଣ |

ପଞ୍ଚମହାଭୂତ କରନ୍ତି କର୍ମେ ମହୀ ପାଳନ

ସଚର ଅଚର ସକଳେ କରମରେ ବନ୍ଧନ |

କର୍ମେନ୍ଦ୍ରିୟ କର୍ମ କରନ୍ତି ହୁଏ ଅଭାବ ଦୂର

କର୍ମକୋଢ଼ି ଅଳସୁଆକୁ ରୋଗ ଦୁଃଖ ପ୍ରଚୂର |



Rate this content
Log in

Similar oriya poem from Classics