Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational Children

3  

Jagannath Barik

Inspirational Children

କର୍ତ୍ତବ୍ୟ ମାଆର

କର୍ତ୍ତବ୍ୟ ମାଆର

1 min
383


ମାଆ ଜନ୍ମ ଦାତ୍ରୀ ଗର୍ଭଧାରିଣୀ

ମାଆ ଲାଳନପାଳନକାରିଣୀ |


ମାଆର ମମତା ସଂସାରେ ସାର

ମାଆର ବାତ୍ସଲ୍ୟ ପ୍ରେମ ଅପାର |


ମାଆ ସବୁଠାରୁ ଉଠେ ସଅଳ

ମାଆ ସଫା କରେ ଅଗଣା ଘର |


ମାଆ ନେଇଥାଏ ପିଲାଙ୍କ ଯତ୍ନ 

ମାଆ ଯୋଗୁଁ ପିଲା ହୁଅନ୍ତି ରତ୍ନ |


ମାଆ ଲୁଗା ଜାମା ସଫା କରଇ

ମାଆ ଘର ଚିଜ ଯତ୍ନେ ରଖଇ |


ମାଆର ରୋଷେଇ ଅମୃତ ସମ

ମାଆ ପିଠା ପଣା ଅତି ଉତ୍ତମ |


ମାଆର ସେନେହ ଜାହ୍ନବୀ ଧାରା

ମାଆ ଗୃହ ଲକ୍ଷ୍ମୀ ନୟନ କାରା |


ମାଆ କରଇ ଅତିଥି ସତ୍କାର

ମାଆ କରଇ ଭବିଷ୍ୟ ବିଚାର |


ମାଆ ନିତି ସଂଜେ ଚଉରା ମୂଳେ

ମାଆ ତୁଳସୀଙ୍କୁ ପୂଜେ ଆକୁଳେ |


ମାଆ ଭାଗବତ କରେ ପଠନ

ମାଆ ଗୁରୁଜନେ ହୁଏ ନମନ |


ମାଆ ଆଗେ ଉଠେ ପଛରେ ଶୁଏ

ମାଆ ସବୁଠାରୁ ପଛରେ ଖାଏ |


ମାଆ ସହନରେ ଅଟେ ଧରିତ୍ରୀ

ମାଆ ସେବା ଗୁଣେ ସତୀ ସାବିତ୍ରୀ |


ମାଆ ଅବଦାନ ଅମୂଲ ମୂଲ

ମାଆ ସଙ୍ଗେ କେହି ନୋହିବେ ତୁଲ |


ମାଆ ପଦ ଧୂଳି କୋଟିଏ ତୀର୍ଥ

ମାଆର ସେବାରେ ହୁଅ ଅର୍ପିତ |



Rate this content
Log in

Similar oriya poem from Inspirational