STORYMIRROR

DR PRASANTA KUMAR BISWAL

Abstract

3  

DR PRASANTA KUMAR BISWAL

Abstract

କୃତ୍ରିମତା

କୃତ୍ରିମତା

1 min
215

ଆବେଗକୁ ଦ୍ରବିଭୂତ କରିବାରେ

ସକଳ ଅପାରଗତା ବାରିପଡୁଥିଲା

ମୋର ନିଃସଙ୍ଗ ବେଳାରେ ।

ଯେତେ ଚାହିଁଲେ ମଧ୍ୟ 

ପରାଜୟ ବି ନିରାଶ କରୁଥିଲା

ସଂଞ ନଇଁଗଲାପରେ ।

ଅନ୍ଧାର ଯେତିକି ଗହଳ ହେଉଥାଏ 

ଆବେଗ ସେତିକି ବହଳ ହେଉଥାଏ ।

ଅନନ୍ତ ଆକାଶ ଛାତିରେ,

ଅଗଣିତ ତାରା ଗହଣରେ, 

ମୋର ଅମିମାଂସିତ ପ୍ରଶ୍ନ 

ଏ ବି ଅସମାହିତ:::::::।

ଅସୁମାରୀ ପ୍ରଶଂସା ଯେବେ ସାଉଁଟେ

ମୋ ଚାରିପାଖ ମଣିଷଙ୍କ ମୁହଁରୁ

ତୁମ ବିଷୟରେ,

ଏକ ନିର୍ମଳ ଆନନ୍ଦ 

ସଞ୍ଚରିଯାଏ ମୋ ଛାତି ଭିତରେ ।

ଫଗୁଣର ଜହ୍ନ ଯେବେ ଉକୁଟି ଉଠେ 

ତୁମ ଅଧରରେ,

ଦୁଃଖର ପଟାଳିଗୁଡିକ ପ୍ଳାବିତ ହୁଅନ୍ତି ସୁଖରେ ।।

ତୁମର ସେ ବ୍ୟଞିତ ଅଭିବ୍ୟକ୍ତି 

ଆଜି କିନ୍ତୁ ସୃଷ୍ଟି କରେ

ବହୁ ପ୍ରଶ୍ନବାଚୀ ;;;;?

ତୁମେ ପ୍ରଶଂସା ନକଲ

ଦୁଃଖ ଜମା ନାହିଁ ମୋର,

ମାତ୍ର ଖୁସିରେ ଅସହିଷ୍ଣୁତାକୁ 

ଆପଣେଇ ନେଲ କେମିତି?

ସ୍ବାଭିମାନ ତ କର୍ମ ପାଇଁ, ଜାତି ପାଇଁ 

ନିଜ ବନ୍ଧୁ ପାଇଁ ।

ଝଟକି ଉଠେ ଶ୍ରୀମୁଖ ତୁମ ସ୍ବାଭିମାନ

ଔଜସ୍ବୀ ଭାଷଣରେ ।

ତୁମେ ଏବେବି ଜାଣିନ 

ତୁମ ଅସହାୟତରେ

 ବାଟ ଚାଲୁଛି କେମିତି?

ତୁମେଇତ ଶିଖେଇଥିଲ 

ଯଷ୍ଟିଟିଏ ହେବାଲାଗି ଅନ୍ଧର,

ଜୀବନ ସଫଳତା ହୁଏ

ଯଦି ଶରୀର ଲାଗେ ଅନ୍ୟ କାମର ।

ମୁଁ ଜାଣେ,ତୁମେ ପଢିପାର

ଅନ୍ୟର ଅବ୍ୟକ୍ତ ଭାଷାକୁ,

ପିଇଯାଅ ଅନ୍ୟର ଦୁଃଖକୁ ,

ସେଥିଲାଗି ଶ୍ରଦ୍ଧା ଆନ୍ତରିକତା 

ପରଶିଥିଲି ତୁମ ହାତରେ ।

ଗୋଟାପଣ ସମର୍ପି ଦେଲାପରେ ବି

ମୋ ଦୁର୍ଗଣକୁ ହାଟବସାଇଲ 

କେଉଁ ଖୁସିରେ ?

ଆଜି କିନ୍ତୁ ବ୍ୟଥିତ ହେଲି

ତୁମର ଏ ସଜଡାଗୁଣରେ ।

ସେଦିନ ତୁମର ସେ ସଫେଦ ଭାଷଣ

ପୁରୁଷୋତ୍ତମ ସଜାଇଥିଲା 

ମୋ ମନ ଆଇନାରେ,

ଛୁଇଁଥିଲି ସେଦିନ ଜୀବନର ମାଧୁର୍ଯ୍ୟକୁ ।

ତାହେଲେ ଏ କଣ ସବୁଥିଲା କୃତ୍ରିମତା::।

ଭୁଲ ବୁଝିବନି ଜମା,

ସମ୍ଭାଳି ନପାରି ଆବେଗକୁ ନିଗାଡିଦେଲି

କାଗଜ ଛାତିରେ,

ପ୍ରଶ୍ନର ଅଡୁଆ ଏବେବି ଗଣ୍ଠିପଡିଛି,

ସତରେ ମଣିଷ ନିରୋଳା ମୁହଁରେ

ମୁଖା କାହିଁକି ପିନ୍ଧିବାକୁ ଭଲପାଉଛି?

ଖାଣ୍ଟି ସରଳପଣରେ ହୃଦୟ ଜିଣେ,

ମଣିଷ ଆଜି ଜିଣୁଛି,

ତାର ଏହି ଆୟୂଧ ପଣେ ।

ଏ କୃତ୍ରିମତା ଯେ ମାନସକୁ ପଙ୍କିଳ କରୁଛି

ବାହ୍ୟ ପ୍ରଦୂଷଣ ଠାରୁ 

ଅନ୍ତଃ ପ୍ରଦୂଷଣ ସବୁଠି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract