STORYMIRROR

Hemanta Patra

Abstract

2  

Hemanta Patra

Abstract

କୃଷ୍ଣଚୁଡା

କୃଷ୍ଣଚୁଡା

1 min
265


ଡହ ଡହ ବୈଶାଖୀ ତାତିରେ

ନାଲି ନାଲି ହସର ପ୍ରସ୍ଫୁଟିତ କଢି

ତୁ କୃଷ୍ଣଚୁଡା

କେତେବେଳେ

ଅଳସୀ କନ୍ୟାର ଗଭାରେ

କେତେବେଳେ

କବିର କଳ୍ପନାରେ

ଯୁବା ମନ ମାଧୁରିମା ତୁ

ଯୁବତୀ କୁଳ ଗାରିମା

ବଢିଲେ ବୈଶାଖୀ ତାତି

ସତେଜ କୋମଳ ମୁହଁର

ନାଲି ନାଲି ଓଠ ପାଖୁଡାରୁ

ଝରଇ ହସ

ଝଡ ବରଷା କିମ୍ବା କାଳ ବୈଶାଖୀ

ପ୍ରତିକୂଳ ପରିବେଶ

ସାରା ଜଗତକୁ ଦେଉଛୁ

ଜିଇଁବାର ବାର୍ତ୍ତା

ପଥଚାରିଙ୍କ ମନେ ଭରିଦେଉ

ଅପୁରନ୍ତି ଆନନ୍ଦ

ତୋ ଲାଲ ରଙ୍ଗ

ସମସ୍ତଙ୍କୁ କରେ ବିମୋହିତ

ମଣିଷ ଯେଉଁଠି ଅନ୍ୟର ମନ

ଭରଇ ବିଷ

ସେଠି ଜୀବନକୁ କରୁ ସରସ ସୁନ୍ଦର

ମିଳନରେ ଯେଉଁ ଆନନ୍ଦ

ଅନ୍ୟ କେଉଁଥିରେ ନାହିଁ

ସାଥିର ପରଶ ପାଇଁ

ବାସହିନ ତନୁ ଅଙ୍ଗେ ଭରିଦେଉ

ପ୍ରେମ ପିରତିର ବାସ

ନାଲି ନାଲି ଫୁଲ ପାଖୁଡାର ନାଲି ଓଢଣୀ

ଢାଙ୍କିଦିଏ ରାସ୍ତାର ସବୁ କାଳିମା

ସାଗର ବୁକୁରେ ଭରା ବୋଇତ ତୁ

ଚିତ୍ରିତା ଚଇତାଳି

ଏ ଦେହ ମନ

ତୋ ରଙ୍ଗରେ ହୁଏ ରଙ୍ଗାଇତ

ସବୁ ଋତୁର ନାମ କୃଷ୍ଣ ଚୁଡା ତୁ

ସ୍ୱପ୍ନର ଶାହାନାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract