କୃଷ୍ଣଚୁଡା
କୃଷ୍ଣଚୁଡା
ଡହ ଡହ ବୈଶାଖୀ ତାତିରେ
ନାଲି ନାଲି ହସର ପ୍ରସ୍ଫୁଟିତ କଢି
ତୁ କୃଷ୍ଣଚୁଡା
କେତେବେଳେ
ଅଳସୀ କନ୍ୟାର ଗଭାରେ
କେତେବେଳେ
କବିର କଳ୍ପନାରେ
ଯୁବା ମନ ମାଧୁରିମା ତୁ
ଯୁବତୀ କୁଳ ଗାରିମା
ବଢିଲେ ବୈଶାଖୀ ତାତି
ସତେଜ କୋମଳ ମୁହଁର
ନାଲି ନାଲି ଓଠ ପାଖୁଡାରୁ
ଝରଇ ହସ
ଝଡ ବରଷା କିମ୍ବା କାଳ ବୈଶାଖୀ
ପ୍ରତିକୂଳ ପରିବେଶ
ସାରା ଜଗତକୁ ଦେଉଛୁ
ଜିଇଁବାର ବାର୍ତ୍ତା
ପଥଚାରିଙ୍କ ମନେ ଭରିଦେଉ
ଅପୁରନ୍ତି ଆନନ୍ଦ
ତୋ ଲାଲ ରଙ୍ଗ
ସମସ୍ତଙ୍କୁ କରେ ବିମୋହିତ
ମଣିଷ ଯେଉଁଠି ଅନ୍ୟର ମନ
ଭରଇ ବିଷ
ସେଠି ଜୀବନକୁ କରୁ ସରସ ସୁନ୍ଦର
ମିଳନରେ ଯେଉଁ ଆନନ୍ଦ
ଅନ୍ୟ କେଉଁଥିରେ ନାହିଁ
ସାଥିର ପରଶ ପାଇଁ
ବାସହିନ ତନୁ ଅଙ୍ଗେ ଭରିଦେଉ
ପ୍ରେମ ପିରତିର ବାସ
ନାଲି ନାଲି ଫୁଲ ପାଖୁଡାର ନାଲି ଓଢଣୀ
ଢାଙ୍କିଦିଏ ରାସ୍ତାର ସବୁ କାଳିମା
ସାଗର ବୁକୁରେ ଭରା ବୋଇତ ତୁ
ଚିତ୍ରିତା ଚଇତାଳି
ଏ ଦେହ ମନ
ତୋ ରଙ୍ଗରେ ହୁଏ ରଙ୍ଗାଇତ
ସବୁ ଋତୁର ନାମ କୃଷ୍ଣ ଚୁଡା ତୁ
ସ୍ୱପ୍ନର ଶାହାନାଇ
