STORYMIRROR

Salila Sarangi

Tragedy

4  

Salila Sarangi

Tragedy

କୃଷକ

କୃଷକ

1 min
324

ଵୁକୁତଳେ ଚାପି ଅସହ୍ୟ ବେଦନା

ସକାଳରୁ ସଞ୍ଜ ଯାଏ

ହୃଦୟର କ୍ଷତ ଯନ୍ତ୍ରଣାରେ ସିକ୍ତ

ତା ଦୁଃଖ ବୁଝୁଛି କିଏ।


ଝାଞ୍ଜି ଖରା ତାତି ବର୍ଷା ଶୀତ ଭୀତି

ତିଳେ ନ କରି ଖାତର

ପାଣି କାଦୁଅରେ ଲୋଟି ମାଟି ପରେ

ଯୋଗାଇ ଥାଏ ଆହାର।


ସୁସ୍ବାଦୁ ଭୋଜନ ତା ପାଇଁ ସପନ

ଶାଗ ପଖାଳରେ ଖୁସି

ନିଜ ଶ୍ରମ ବଳେ ଅନ୍ୟର ମୁଖରେ

ଆନନ୍ଦ ଦିଏ ପରଷି।


ପଖାଳ କଂସାରେ ନିଜ ପ୍ରତିଛବି

ଦେଖୁଥାଏ ହିଡ ମୁଣ୍ଡେ

କଞ୍ଚା ଲଙ୍କା ଲୁଣ ପିଆଜ ସାଥିରେ

ଆମ୍ଵୁଲରୁ ଧରି ଖଣ୍ଡେ।


ମହାଜନ ପାଶେ କରଜ କରେ ସେ

କିଛି ଅର୍ଥ ଚାଷ ପାଇଁ

ଫସଲ ଅମଳ କରିଲେ ସଅଳ

ଋଣ ସୁଝି ଦେଵ ନେଇ।


ଆଶାର କିରଣ ଦୂର ଦିଗ୍ ବଳୟ

ଛୁଇଁ ଛୁଇଁ ଧିରେ ଯାଏ

ଦୈବୀ ଦୁର୍ବିପାକ ଆସି ଅଚାନକ

ଆଶା ସୈ।ଧ ଟାଳି ଦିଏ।


କାଳର କରାଳ ତାଣ୍ଡବଲୀଳାରେ

ଶସ୍ୟ କ୍ଷତି ଗ୍ରସ୍ତ ହୁଏ

ଅଦେଖା କୋହ ଓ ଲୁହର ଅତଡା

ହୃଦୟରୁ ଖସୁଥାଏ।


ମହାଜନ ଋଣ ପରିଶୋଧ ପାଇଁ

କି° କର୍ତ୍ତବ୍ୟମୁଢ ହୋଇ

ଆତ୍ମ ହତ୍ୟା ଭଳି ନିଷ୍ଠୁର ନିଷ୍ପତ୍ତି

ଶେଷେ ନିଏ ଆପଣାଇ।


ସ୍ବର୍ଗ ପାରିଜାତ ଚାହେଁ ନାହିଁ ସେତ

ମାଟି ତାହାର ସର୍ବସ୍ବ

ମାଟିର ମଣିଷ ମାଟିରେ ଭୂମିଷ୍ଠ

ମାଟିରେ ହୋଇଵ ଶେଷ।


କୃଷକର ଶ୍ରମେ ଶସ୍ୟ ଉପାର୍ଜନେ

ଦେଶର ପ୍ରଗତି ବଢେ

କିନ୍ତୁ ଦୀନ ହୀନ କୃଷକ ଜୀବନ

ପାଣି କାଦୁଅରେ ସଢେ ।


Rate this content
Log in

Similar oriya poem from Tragedy