କୃଷକ
କୃଷକ
'ମାଟିର ମଣିଷ' ଯଦି କେହି ଥାଏ,'କୃଷକ, ନାମେ ଦିଏ ପରିଚୟ,ଯାହା ସୁଖ ଦୁଃଖ ପ୍ରକୃତିର ହାତେ,ପ୍ରକୃତି ରଚେ ଜୟ , ପରାଜୟ I
ନଭ ନୀଳିମାରେ ଖୋଜେ ବାରିଦକୁ,ସବୁଜିମାକୁ ସଜାଏ ଧରାରେ, ତା' ହସ୍ତେ ହୁଅନ୍ତି ଉଭା ଅନ୍ନପୂର୍ଣ୍ଣା,ତା'ର ସ୍ଵେଦ ଶ୍ରୋଣିତର ଧାରାରେ I
ସ୍ଵଳ୍ପ ବସ୍ତ୍ରାବୃତ୍ତ କପାସର ସୃଷ୍ଟି,କରେ ଜଗତର ପୋଷାକ ଲାଗି,ଜଗେ ପୁଣି କେବେ ପାଚିଲା ଫସଲ,ମଞ୍ଚା ଉପରେ ରାତି ରାତି ଜାଗି I
କୃଷକର କଷ୍ଟ କେହି ନ ବୁଝନ୍ତି,ସବୁର କଷଣ କରେ ଲାଘବ,ତାହା ଲାଗି ହୁଏ ନାଶ ପେଟ ଭୋକ, ତାହା ଲାଗି ପାଏ ପ୍ରାଣ ମାନବ I
ଖରା, ବର୍ଷା, ଶୀତ ଅଥବା ବସନ୍ତ,ହୁଏ ଶରୀର, ମାଟି ସହ ମାଟି,ନିଜେ ରହି ଥାଇ କ୍ଷୁଦ୍ର ବାସସ୍ଥାନେ,ସଂସାରର ସୁଖ ଦିଏ ସାଉଁଟି !
ପାଳକ ଅଟେ ସେ ସାରା ଜଗତର,ତାହା ଠାରୁ ବଳି କେହି ନାହିଁଟି !