କୃଷକ
କୃଷକ
ମେରୁ ସମ ବଜ୍ର ସୂର୍ଯ୍ୟ ସମ ତେଜ
ଜଳେ ଜନ୍ତୁ ଜଳଚର
ଖାତିର ନାହିଁ ତ ଖରା ବର୍ଷା ଶୀତ
ଲୁହା ସମ ଦେହ ତାର
ସେ ଆମ କୃଷକ ବୀର
ସିମାନ୍ତେ ସୈନିକ ସୁରକ୍ଷା କବଚ
କୃଷକ ଦିଏ ଆହାର ।
ଆଣ୍ଠୁର ଉପର ବସନ ଯାହାର
ମଥାରେ ଶୋହେ ପଗଡ଼ି
ଖରା ସଙ୍ଗେ ମିତ ଶୀତ ତା ସଙ୍ଗାତ
ସାଥୀ ତା ବରଷା ଝଡି
କ୍ଷେତେ ଥାଏ ମୁହଁ ମାଡ଼ି
ହସିଲେ ତା କ୍ଷେତ ହସେ ତାର ଚିତ୍ତ
ଯୋଗାଏ ଜଗତେ ପଡ଼ି ।
ମାଟି ସଙ୍ଗେ ମାଟି ନିତି ଖଟି ଖଟି
ମାଟିର ମଣିଷ ସିଏ
ଖୋଜେ ନାହିଁ ଦିନେ ଭଲ ମନ୍ଦ ମନେ
ଲଙ୍କା ଲୁଣେ ଦିନ ଯାଏ
ସେଥିରେ ଆନନ୍ଦ ପାଏ
ପଖାଳକୁ ଶାଗ ଆହାରଟି ଆଗ
ନିତି ଖଞ୍ଜା ପଡ଼ା ଥାଏ ।
ସଉକ ଯା ମନେ ଭାବିନି ସପନେ
ସପନେ ଜଗତ ଚିନ୍ତା
ନିଜେ ଜଳି ଜଳି ସର୍ବ ପେଟ ଭରି
ଆନନ୍ଦେ ହୁଏ ଗର୍ବିତା
ବିଝନ୍ତିନି କେ ତା କଥା
ଓଲଟି ପାଉଣା ତା ପାଇଁ ଗଞ୍ଜଣା
ମଳିମୁଣ୍ଡିଆ ଗଣିତା ।
କୃଷକ ନ ଥିଲେ କେହି ଏ ଦେଶରେ
ନ ଥାନ୍ତା କା ପାଇଁ ଖାଦ୍ୟ
ଯିଏ ଯୋଗଉଛି ପେଟକୁ ଆହାର
ତାହାରି ପେଟରେ ନାତ
ଦେଖୁଛି ସାରା ଜଗତ
ଆସିବ ସେ ଦିନ ଭୋକେ ଯିବ ପ୍ରାଣ
ହୋଇ ସର୍ବେ ଭାତ ଭାତ ।