STORYMIRROR

Samar Ballav Bhoi

Inspirational

4  

Samar Ballav Bhoi

Inspirational

କୃଷକ

କୃଷକ

1 min
226

        


ଆଷାଢ଼ ପରେ କେତେ ଯେ ଆଷାଢ଼

ଶ୍ରାବଣ ପରେ କେତେ ଯେ ଶ୍ରାବଣ

ଆସୁଛି ଯାଉଛି କୃଷକ ଜୀବନେ ଜାଣ

ଦୁଃଖ ପସରା ହୋଇଛି ତାଙ୍କ କାରଣ।।


ଶ୍ରାବଣ ବରଷା ଚାଷୀର ଭରସା

ବରଷକ ପାଇଁ ରଖଇ ଆଶା

ଅମାର ପୁରିବ ସଂସାର ହସିବ

ମନେ ମନେ ଭାବିଥାଏ ଯେ ଚଷା।।


କାହିଁ କେତେ କାଳୁ କୃଷକ ଭାଇନା

ବିଶ୍ବାସର ବୋଝସବୁ ମୁଣ୍ଡରେ ଲଦିଛି

ଜୀବନର ରହସ୍ୟ କୁ ଦେହରେ ଧରିଛି

ଖରା ଛାଇର ଲୁଚ କାଳି ଖେଳେ

ବିଶ୍ବାସ ଓ ଭରସା କୁ ପାଥେୟ କରିଛି।।


ଅହରହ ମୁଣ୍ଡଝାଳ ତୁଣ୍ଡରେ ମାରୁଛି

ଟିକିଏ ହସଖୁସିରେ ବଂଚିବାକୁ ଚାହୁଁଛି

ମଣିଷ ପାଇଁ ସେ ଶସ୍ୟ ଅମଳ କରୁଛି

ଚାଷକ୍ଷେତ ହସିବ ବୋଲି ଲଙ୍ଗଳ ଧରିଛି।।


ପ୍ରକୃତିର କୋଳେ ହଳଲଙ୍ଗଳ ଧରିଛି

ଅପେକ୍ଷାରତ ସେହି ବରଷାର ଧାରାକୁ

ଆତ୍ମବିଶ୍ୱାସର ସହ ମାଟି ମାଆର ବକ୍ଷଚିରି

ଦେଶ ପାଇଁ ଖାଦ୍ୟ ଯୋଗାଡ କରୁଛି।।


ଚାଷ କୃଷକର ହୃଦୟ ସ୍ପନ୍ଦନ

ହୃଦ୍ ସ୍ପନ୍ଦନ ଅଟକିଲେ ତାହା ମୃତ୍ୟୁ ସମାନ

କୃଷକ ହସରେ ଦୁନିଆଟା ହସେ

ଚାଷ ଅଛି ଯାହାର କେତେ ଖୁସି ତାହାର

ସିଏ ସିନା ଯୋଗାଏ ଦୁନିଆକୁ ଆହାର।।


କୃଷକର ଆତ୍ମବିଶ୍ୱାସ ଆମ ପାଇଁ ସମ୍ପଦ

କୃଷକ ବଞ୍ଚିଲେ ଜୀବନ ବଞ୍ଚିବ 

କୃଷକ ଆମର ବିଶ୍ୱାସର ବନ୍ଧୁ

ତେବେ ତ ଆସିବ ସଂସାରେ ଆନନ୍ଦ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational