କୃଷକ ଜୀବନ
କୃଷକ ଜୀବନ
ସୁନାର ଫସଲ ଫଳାଇ କୃଷକ
ହସି ଥିଲା ଟିକେ ହସ,
ସେ ହସରେ ମୋତି ଝରୁ ଥିଲା ପୁଣି
ଦେଖି ଧାନ କ୍ଷେତ ଶସ୍ୟ l
ବରଷକ ବାର ମାସ ଶ୍ରମ କରି ସିଏ
ମୁଣ୍ଡ ଝାଳ ତୁଣ୍ଡେ ମାରି,
ସପନ ତାହାର କେତେ ଝିଲି ମିଲି
ଆଶା ଥିଲା ଅସୁମାରୀ l
ରାତିପାହିଗଲେ ଚଷା ପୁଅ ସେତ
ବିଲକୁ ଯାଏ ବାହାରି,
ହିଡ଼ ମୁଣ୍ଡେ ବସି ନିଜକୁ ହଜାଏ
ଦେଖେ ସେ ଆନନ୍ଦ ପୁରି l
ହଳଦୀ କିଆରୀ ଦେଖେ ଟିକେ ପୁଣି
ପରିବାର ମୁଖେ ଦେଇଥିଲା ବୁଣି ଆଶା,
ସେ ଆଶା ତାହାର ମିଳେଇ ତ ଗଲା
ତୁଟିଲା ସବୁ ଭରସା l
ବାରମାସ ମଧ୍ୟେ ଶ୍ରେଷ୍ଠ ଥିଲା ବୋଲି
ଅପେକ୍ଷା କରି ମଗୁଶୁର,
ମା 'ଆଗମନେ ହସିଥାନ୍ତା କ୍ଷେତ
ଲାଗିଥାନ୍ତା କେତେ ହସ ଲହର l
ସୁନା କିଆରୀରେ ବିତଉଥିଲା
ତା 'ମନରେ ଯେତେକ ଖେଦ,
ମାଟି ମା' କୁ ଟିକେ ମଥାରେ ଲଗାଇ
ଚାଲୁଥିଲା ସୁରେ ପାଦକୁ ମିଶାଇ ପାଦ l
ଅଦିନ ଝଡ଼ଟେ କାହୁଁ ଥିଲା ପୁଣି
କରିଲା କ୍ଷେତକୁ ଗ୍ରାସ,
ସବୁ ଖୁସି ତା'ର ସମୀରେ ମିଶିଲା
ଛାଡିଲା ସେ ଦୀର୍ଘ ନିଶ୍ୱାସ l
ସବୁ ଖୁସି ତାର ମାଟିରେ ମିଶିଲା
ମଥାରେ ପଡିଲା ବଜ୍ର,
ଲକ୍ଷ୍ମୀ ମା କାହିଁ କୋପ କଲେ ତାକୁ
ବୁଡ଼ିଲା ତା ସଂସାର l
ଚାଷ କାମ କରି ଆନନ୍ଦ ମିଳଇ
କୃଷକେ ଜୀବନେ ତାର,
ମାଟିରେ ସୁନା ଫଳାଇ ଦେଇ
ପାଉଥିଲା ତାର ଉପହାର l
ଦୁନିଆକୁ ଯିଏ ପାଳିଥିଲା ପରା
ଶେଷେ କର୍ମ କଲା ଉପହାସ,
ନିୟତି ର ଏ ଫଳ ତାକୁ ବୋଲି
ଭାଗ୍ୟକୁ ନିନ୍ଦେ ହୋଇ ବେହୋସ l
ମଥାରେ ହାତକୁ ପିଟିକି କାନ୍ଦୁଛି
ପେଟରେ ଲଗାଇ ହାତ,
ଭାଗ୍ୟଫଳ ବୋଲି ବିଚାର କରୁଛି
କର୍ମ ଛଡାଇ ନେଲେ ଜଗତମାତ l
