କୃଷକ ବିଳାପ
କୃଷକ ବିଳାପ
ଘୋର ଅନ୍ଧକାର ମୟ ଜୀବନ କାହାଣୀ
ଚାହିଁ ଚାହିଁ ଭାଲେ କର ଦେଇ ସେ ଭଳଇ ।
ଲାଭ କରି ବହୁ ଦୁଃଖ ଖେଦ କୋହ ଭାର
ମନ ପ୍ରାଣ ହୋଇ ଉଠେ ଅତ୍ୟନ୍ତ ଅସ୍ଥିର ।
ଲଭି ଲଭି ଚିିର କାଳ ନିତି ସେ ସନ୍ତାପ
କରୁଣ୍ୟ କାତରେ ହୃଦେ କରଇ ବିଳାପ ।
ଆହରେ ଦଇବ ତୁହି ଆହା କି ଦାରୁଣ
ବ୍ୟଥା ଅବସାଦ ଭରା ମୋହର ପରାଣ ।
ଅନା ବୃଷ୍ଟି, ବାତ୍ୟା , ବଢ଼ି ମରୁଡ଼ି ର କ୍ଷତେ
ପକା ଇ କାହିଁକି ମାରୁ ଏବେ ସଦା ମୋତେ ।
ଜଳା ଭାବ ଦିଏ ପୁରା ଜମି କୁ ଶୁଖାଇ
ବଞ୍ଚିବି କେଶନ ଦିନ ଚଳିବି କି ଖାଇ ।
ଯାହା ଯେତେ ପରିଶ୍ରମ କରି ଥାଏ ବେଳେ
ବେଳେ ବେଳେ ଅକାରଣେ ନଶୁଚୁ ତୁ ହେଲେ ।
ଖଟି ଖଟି ହାଲିଆ ଯେ ହୋଇଲିବି ମୁହିଁ
ଦିନେ ହେଲେ ସୁଦ୍ଧା ଭଲ ଗଣ୍ଡେ ମିଳେ ନାହିଁ ।
ଏହାରି ଉପରେ ପୁଣି ପରି ବାର ବୋଝେ
ଦାଗଧି ସନ୍ତୁଳି ହୋଇ ଦୁଃଖ ନିତି ସିଝେ ।
ଆହା କି କାରୁଣ୍ୟ ଭରା ଜୀବନ ମୋହର
ହା ହୁତାସେ ନିତି ନିତି ତୋଳେ ହା ହା କାର ।
ଏହାରି ଉପରେ ପୁଣି କେତେ ରୁଣ ଭାର
ଜନସାଧାରଣ ନ୍ୟନ୍ତି କେତେ ଚାନ୍ଦା କର ।
ଦେଇ ଦେଇ ରୋଗ ଶୋକ ସନ୍ତାପ ପିଡନେ
ମୂର୍ହୁ ମୁର୍ହୁ ଜଳି ମରେ ଆଜି ଏ ଜୀବନେ ।
କାହା ପାଖେ ଗୁହାରୀ ବା କରିଲେ ଶୁଣି ବ
ଅଜସ୍ର ଖେଦ ଦଗଧ ହୁଅଇ ମୋ ଜୀବ ।