STORYMIRROR

Sadananda Sahoo

Classics

3  

Sadananda Sahoo

Classics

' କୃପାମୟ କଳା ଠାକୁର '

' କୃପାମୟ କଳା ଠାକୁର '

1 min
247


ଜଗତ ଗୋସାଇଁ ହେ'କଳା କହ୍ନେଇ 

   ଦୁଃଖିଜନ  ପ୍ରାଣବନ୍ଧୁ , 

ରତ୍ନ ସିଂହାସନେ ବସିଛ ମଉନେ 

   ଇଚ୍ଛାମୟ  କୃପାସିନ୍ଧୁ


କରୁଣା ସାଗର ହେ'କଳା ଠାକୁର 

    ସବୁତ ତୁମରି ଦାନ , 

ବିଶାଳ ସୃଷ୍ଟିର  ତୁମେ ପ୍ରାଣ କେନ୍ଦ୍ର 

    ସର୍ବେ ତବ ଭକ୍ତ ଜନ


ପାପ ବିନାଶକ  ଜଗତର ନାଥ 

    ଶ୍ରୀକ୍ଷେତ୍ର  ମଉଡମଣି , 

ପତିତ ପାବନ ଉଡେ ଫରଫର 

    ଆଶାର  ମୁରୁଜ ବୁଣି


ଶ୍ରୀମନ୍ଦିର ଶୋଭା ବଡ଼ ମନଲୋଭା 

     ଚତୁର୍ଦ୍ଧା ମୂରତି କୀର୍ତ୍ତି , 

ଉତ୍କଳ ସଂସ୍କୃତି ବିଶ୍ଵରେ ଆଦୃତି 

    ସଭିଏଁ କରନ୍ତି ପ୍ରୀତି


 ଅପୁର୍ବ ସୃଷ୍ଟିର  ସୁଖ ଗନ୍ତାଘର 

    ଶ୍ରୀମନ୍ଦିର  ଶିରିକ୍ଷେତ୍ର , 

ଅନ୍ନ ବସନର  ଅସୀମ ଭଣ୍ଡାର 

   ମାଅାଲକ୍ଷ୍ମୀ  ସଦାପ୍ରୀତ


ଅଭାବ କଷଣ କର ଦୁରୀଭୂତ 

   ନାମତୁମ   ଜଗନ୍ନାଥ , 

ଜଗତର ନାଥ ବୋଲାଅ ସର୍ବତ୍ର 

    ମହିମା ଅପାର ସତ୍ୟ


ସଂସ୍କୃତି  ବିଭବି  ମହାଅନୁଭବି 

   ବାର ମାସେ ତେର ଯାତ , 

ରଥପଥ ମିତ ବିଶ୍ଵରେ ବିଖ୍ୟାତ 

   ଭ୍ରମଣର  ମହା ସ୍ରୋତ


ଧନ୍ୟତୁମ ଲୀଳା ଠୁଳଷୋଳ କଳା 

    ବିଶ୍ଵବାସୀ  ଆଚମ୍ବିତ , 

ଭକତିର ଅର୍ଘ୍ୟ  କର ହେ' ଗ୍ରହଣ 

    ଭାବ ବିନୋଦିଆ ମିତ


କୋଟି ପ୍ରଣିପାତ ଆହେ ଜଗନ୍ନାଥ 

     କରୁଛି ମୁଁ' ନିବେଦନ , 

କୃପାମୟ ବିଭୁ ଦୁଃଖ ହର ପ୍ରଭୁ 

    ପାଦପଦ୍ମେ ଥାଉ ମନ



Rate this content
Log in

Similar oriya poem from Classics