କୃପାକର ମହାବାହୁ
କୃପାକର ମହାବାହୁ
କୃପାକର ମହାବାହୁ କର ହେ, କୃପା କର ।
ସର୍ପ ଜନମରୁ ପାରି କର ହେ, କୃପା କର । ।
ତୁମରି ସୃଷ୍ଟିରୁ ସର୍ପଟିଏ ମୁହିଁ
ମୁଁ ମୁଢ଼ ଅଧମ ଜାତିହେ ।
ବିଷ ଦେଇଅଛୁ ବୋଲି ଗର୍ବ ମୋର
ଦେଖାଏ ମୁଁ ବଡ ବୀର ହେ, କୃପା କର
କୃପା କର ମହାବାହୁ . . . . . II୧II
ସର୍ପକୁଳେ ଯାତ କଲୁ ବୋଲି ପ୍ରଭୁ
ସ୍ଵଭାବ ବଦଳେ ନାହିଁ ହେ,
ମାୟାଚକ୍ରେ ପଡ଼ି ପଥଗଲି ହୁଡ଼ି
ଅଧିନ ହେଲି ମାୟାର ହେ, କୃପା କର ।
କୃପା କର ମହାବାହୁ . . . . II9II
ଦୁଷ୍ଟ ପ୍ରକୃତି ଯେ ତମଗୁଣ ଦେଇ
ଜନମ ଦେଇଛ ପ୍ରଭୂ ହେ ,
ସେଗୁଣ ବଳରେ ପ୍ରତିଶୋଧ ପାଇଁ ।
ଫୁ-ଫୁ ଫଣା ହୁଏ ମୋର ହେ, କୃପା କର ।
କୃପା କର ମହାବାହୁ . . . . II ୩ ।।
ରଖବା ନ ରଖ କରଇ ଜଣାଣ
ଶ୍ରୀପାଦେ ଶରଣ ଦିଅ ହେ,
କୃପା କରିବ କି ଅବା ଦଣ୍ଡ ଦେବ।
ଏହା ତୁମ୍ଭ ଇଚ୍ଛା ହେଉ ହେ, କୃପା କର ।
କୃପା କର ମହାବାହୁ . . . . II ୪।।
ଶରଣ ପଶିଲି ପାଦତଳେ ତୋର
ଶରଣ ବତ୍ସଳ ହରି ହେ,
ଶରଣ ଦେଇଣ ଉଦ୍ଧାର କରିଣ
ପାରିକର ଭାବଗ୍ରାହୀ ହେ, କୃପା କର ।
କୃପା କର ମହାବାହୁ . . . . II ୫ । ।
