STORYMIRROR

Gouri Panda

Tragedy Others

4  

Gouri Panda

Tragedy Others

କରୋନା

କରୋନା

1 min
328


ବିଶ୍ବ ରେ ଭରିଛି 

କରୋନା ର ଭୟ

ସ୍ଥିତି ହେଉନାହିଁ ଥୟ। 

ଲୋ ସଜନୀ

ସ୍ଥିତି ହେଉନାହିଁ ଥୟ। 

ପ୍ରକୃତି ର ସାଥେ 

ମଣିଷ ଖେଳୁଲା

ସେ ଖେଳିଲା ଆମ ସାଥେ। 

ଲୋ ସଜନୀ

ସେ ଖେଳିଲା ଆମ ସାଥେ। 

ବଡ ଭୟଙ୍କର 

ରୂପ କରୋନାର

ଭୋଗେ ବିଶ୍ୱ ବୃହତ୍ତର। 

ଲୋ ସଜନୀ 

ଭୋଗେ ବିଶ୍ବ ବୃହତ୍ତର। 

କରୋନା ଲଢେଇ 

ପାରିବା କି ଭାଇ 

ଏକ ସୂତ୍ରେ ବାନ୍ଧି ହୋଇ। 

ଲୋ ସଜନୀ

ଏକ ସୂତ୍ରେ ବାନ୍ଧି ହୋଇ। 

ହୋଇଛି ମଣିଷ 

ଅହଂକାରେ ବସ

ବିଜ୍ଞାନକୁ କରି ଆଶ। 

ଲୋ ସଜନୀ

ବିଜ୍ଞାନକୁ କରି ଆଶ। 

ହାତଟେକି ଦିନେ

ଡାକୁନାହିଁ ମନେ

 ହରି ତ ନାହାନ୍ତି ଧ୍ୟାନେ।

ଲୋ ସଜନୀ

ହରି ତ ନାହାନ୍ତି ଧ୍ୟାନେ। 

ମଣିଷ ଗରବ

ହୋଇବ ଖରବ

ହରି ଦେବେ ତାଙ୍କୁ ନାବ। 

ଲୋ ସଜନୀ

ହରି ଦେବା ତାଙ୍କୁ ନାବ। 

ସେ ନାବରେ ବସି

ହୋଇବାରେ ଖୁସି 

ପ୍ରଭୁ ନାମ ଜପି ହସି। 

ଲୋ ସଜନୀ

ପ୍ରଭୁ ନାମ ଜପି ହସି। 



Rate this content
Log in

Similar oriya poem from Tragedy