STORYMIRROR

Gouri Panda

Abstract Others

3  

Gouri Panda

Abstract Others

କରୋନା ସଂକ୍ରାନ୍ତି

କରୋନା ସଂକ୍ରାନ୍ତି

1 min
11.6K


କାହିଁକି କେଜାଣି 

ଭଲ ଲାଗୁ ନାହିଁ 

ଶୁଣି କରୋନା କାହାଣୀ। 

କରୋନା ଦିନରେ

ପଣା ସଂକ୍ରାନ୍ତି ରେ

ଲକ୍ ଡାଉନ ଭୟରେ। 

ଏ ପଣା ସଂକ୍ରାନ୍ତି 

ଦେବ ନାହିଁ ଶାନ୍ତି 

କରୋନା ପାଇଁ ଅଶାନ୍ତି। 

କେତେ ଖୁସି ଭରେ

ହନୁମାନ ଠାରେ 

ପୂଜା କରନ୍ତୁ ମିଶିରେ। 

କେତେ ରକମର 

ପଣା ଉପହାର 

କରନ୍ତେ ଲୋକେ ତିଆର। 

ନାହିଁ ସେହି ଖୁସି 

ଯେଝା ଘରେ ବସି 

ମନରେ ପ୍ରଭୁ ମନାସି ।

କେତେ ଯଜ୍ଞ, ହୋମ

ହନୁମାନ ନାମ 

କାମେ ନଥାନ୍ତା ବିରାମ। 

ଏ କି ବିଡମ୍ବନା? 

ଆସିଲା କରୋନା 

ପଣା ପିଇବାକୁ ମନା। 

କେମିତି କରିବା? 

କାହାକୁ ପୂଜିବା? 

ମନ୍ଦିର କେମିତି ଯିବା? 

ଏ କରୋନା ପାଇଁ 

ବାଟ ଦିଶୁନାଇଁ

ଆହେ ଜଗତର ସାଇଁ। 

ପ୍ରଭୁ କ୍ଷମାକର

କରୁଛୁ ଜୁହାର 

ଏଇ ପଣାସଂକ୍ରାନ୍ତି ର। 



Rate this content
Log in

Similar oriya poem from Abstract