STORYMIRROR

Subhalaxmi Nayak

Tragedy

4  

Subhalaxmi Nayak

Tragedy

କରୋନା ଓ ବିଚଳିତ ଜୀବନ

କରୋନା ଓ ବିଚଳିତ ଜୀବନ

1 min
449


ଅପରାଧୀ ସଜେଇ ଦେଲା ଭଳି

ତାଲାବନ୍ଦ ଘୋଷଣା କରାଇ ଦେଲା

ବିଗତ ଦୁଇ ବରଷରେ ମହାମାରୀ

ସବୁ ସୁଖ ସମୃଦ୍ଧି ଗିଳି ଦେଲା।


ରୋକ ଲାଗିଗଲା ଶୁଭ କାର୍ଯ୍ୟରେ

ପୂଜା ପର୍ବାଣୀ ଭଲମନ୍ଦରେ

ଆପଣାର ଲୋକ ଇହଧାମ ଛାଡ଼ିଲେ

ଦେଖି ନ ପାରିବ ପାଖରୁ ଥରେ।


କି ରୋଗ କେଜାଣି ଇଏ

ଅଦୃଶ୍ୟ ଶତ୍ରୁ ଭଳି ଅନୁଭବ ହୁଏ

କେଉଁଠି ଟିକିଏ ଅଣହୁସିଆରୀରୁ

ସୁସ୍ଥ ଶରୀରକୁ କାବୁ କରି ନିଏ।


ଶିଶୁ ଠାରୁ ବୟସ୍କ ସମସ୍ତେ ଭୋଗୁଛନ୍ତି

ଗୋଟିଏ ପରେ ଗୋଟିଏ ଲହର ଇଏ

ମଣିଷ ଜାତିକୁ ଦେଖାଏ ଭେଳିକି

ସ୍ୱରୂପକୁ ତାହାର ଭୁଆଁ ବୁଲାଉଥାଏ।


ମୃତ୍ୟୁର ତାଣ୍ଡବ ଚାଲିଛି ଯେମିତି

ନା ମାନୁଛି ବୟସ ନା ମାନୁଛି ଧନୀ ଗରିବ

ଯିଏ ନ ମାନିଲା ନିୟମ କଡ଼ାକଡ଼ି

ରୋଗ କାବୁ କରେ,ହରିଣକୁ ବାଘ ଯେମିତି।


ଘରୁ ବାହାରିଲେ କରୋନା ଖାଇବ

ଘରେ ବସିଗଲେ ବେରୋଜଗାର

ଗରିବ ପେଟରେ ଲାତଟିଏ ମାରି

ସଗର୍ବେ ହସୁଛି କରୋନା ମହାମାରୀ।


ନିଜ ହାତରେ ମାରି ନିଜ ଗୋଡ଼କୁ ଚୋଟ

ମଣିଷ କହୁଛି ଏ ତ ମହାମାରୀ ଛାଟ

ସମୟ କହିବ କାହାର ହେବ ଜିତାପଟ

ଚିନ୍ତାରେ ବିତାନ୍ତି ସାଧାରଣ ମଣିଷ ଏଠି

ଏକ ଅପ୍ରତ୍ୟାଶିତ ଓ ବିଚଳିତ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy