Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

4  

KRUTIBAS NAYAK

Classics Inspirational

କରୋନା ମନବୋଧ ଚଉତିଶା

କରୋନା ମନବୋଧ ଚଉତିଶା

2 mins
405



କ- କରନା କୋଭିଡ଼ରେ ଦୁନିଆ କାବୁ,

କାହାକୁ ଜଣାନାହିଁ କୁଆଡ଼େ ଯିବୁ ରେ ।


ଖ- ଖଟିଖିଆ ମରନ୍ତି ଉପାସ ଭୋକେ,

ଖତେଇ ହୋଇ ଶତ୍ରୁ ପାଖକୁ ଡାକେ ରେ ।


ଗ- ଗାଆଠୁଁ ସହରକୁ ଯେଉଁଠି ଦେଖ,

ଗଦାଗଦା ରୋଗୀଙ୍କ ବିକଳ ଡାକ ରେ ।


ଘ- ଘରେ ରହିବା ପାଇଁ କହନ୍ତି ସବୁ,

ଘଷି ମାଜି ସାବୁନ ହାତ ଧୋଇବୁ ରେ ।


ଚ- ଚଞ୍ଚଳ ହେଲେ ମନ ବହି ପଢ଼ିବୁ,

ଚାରିଫୁଟ ଦୂରରୁ କଥା କହିବୁ ରେ ।


ଛ- ଛଣା ଜିନିଷ କିଣି ଖାଇବୁ ନାହିଁ,

ଛାତିକୁ ଦମ୍ଭକରି ରହିବୁ ତୁହି ରେ ।


ଜ- ଜଗି ରଖି ଚଳିଲେ ନିରୋଗ ଥିବୁ,

ଜୀବନ ଥିଲେ ସିନା ଭୋଗ କରିବୁ ରେ ।


ଝ- ଝୁଣା-କର୍ପୂର ଜାଳି ରଖିବୁ ଘରେ,

ଝାଡ଼ି ଗଳାକୁ କଫ ଫିଙ୍ଗିବୁ ଦୂରେ ରେ ।


ଟ- ଟଙ୍କା ଧରିଲେ ହାତ ଧୋଇବୁ ଯାଇ,

ଟକଳା ଚିଜ କିଣି ଖାଇବୁ ନାହିଁ ରେ ।


ଠ- ଠକି ଯିବୁରେ ଗଲେ ବଜାର ବୁଲି,

ଠୁଳ ହୁଅନ୍ତି ରୋଗୀ ଯିବୁନି ଭୁଲି ରେ ।


ଡ- ଡାକ୍ତର କହୁଛନ୍ତି ଗରମ ଖାଅ,

ଡରିଲେ ହାରିଯିବୁ ସାହସୀ ହୁଅ ରେ ।


ଢ- ଢାଙ୍କି ରଖିବୁ ମୁହଁ ମାସ୍କ ଦେଇ,

ଢିଲା ମାରିଲେ ରୋଗୀ ହୋଇବୁ ତୁହି ରେ ।


ତ- ତେଲ ମାରିବୁ ନାକପୁଡ଼ାରେ ନେଇ,

ତାତି ବଢିଲେ ହେଳା କରିବୁ ନାହିଁ ରେ ।


ଥ- ଥଣ୍ଡା ଜଳରେ ରୋଗ ଜୀବାଣୁ ଥାଏ,

ଥକ୍କା ଲାଗିଲେ ଜାଣ କରୋନା ହୁଏ ରେ ।


ଦ- ଦେଖା ଯାଏନା ସିନା ଭୂତାଣୁ ଥାଏ,

ଦୂରେ ରହିଲେ ଲୋକ ନୀରୋଗ ରହେ ରେ ।


ଧ- ଧରିବୁ ଯଦି ଧାତୁ ଟଙ୍କା ପଇସା,

ଧୋଇବୁ ସାବୁନରେ ହାତ ସହସା ରେ ।


ନ- ନିଜ ଦେହକୁ ନିଜେ ଯତ୍ନ କରିବୁ,

ନିଜର ହୋଇଲେ ବି ଦୂରେଇ ଥିବୁ ରେ ।


ପି- ପାଖକୁ ଯିବୁନାହିଁ ରୋଗୀ ଶବର,

ପାଞ୍ଚ ଫୁଟ ଦୂରରୁ ନେବୁ ଖବର ରେ ।


ଫ- ଫଳ ଖାଇବୁ ସିନା ଧୋଇବୁ ଆଗ,

ଫିଙ୍ଗିବୁ ବାସିଖାଦ୍ୟ ତାଜା ଖାଇବୁ ରେ ।

 

ବ- ବାଟ ଘାଟରେ ଛେପ ଫିଙ୍ଗିବୁ ନାହିଁ,

ବିନା କାମରେ କେବେ ବୁଲିବୁ ନାହିଁ ରେ ।


ଭ- ଭିଟାମିନ ସି ଖାଇବୁ ଗୋଟେ ଦିନକୁ,

ଭରସା କରିବୁନି କାହା କଥାକୁ ରେ ।


ମ- ମାସ୍କ ପିନ୍ଧୁଥିବୁ ନାକ ଘୋଡ଼େଇ,

ମୁହଁ ନାକରେ ହାତ ମାରିବୁ ନାହିଁ ରେ ।


ଯ- ଯିବୁନି ଗହଳିକୁ ରହିବୁ ଦୂରେ,

ଯଦି ଚଳୁଛି ଚଳିଯାଉ ଅଳ୍ପରେ ରେ ।


ର- ରଖିବୁ ଯତନରେ ଖାଇବା ଚିଜ,

ରହିବୁ ସାବଧାନେ ନ ରଖି ଲାଜ ।


ଲ- ଲକ୍ଷଣ ଥାଉ ବା ନଥାଉ ଦେହରେ,

ଲୁଣ ଗରମ ପାଣି ଦେବୁ ଗଳାରେ ରେ ।


ଶ-ଶିଖାଇ ଦେବୁ ନିଜ ଘରଲୋକଙ୍କୁ,

ଶାନ୍ତିରେ ଥିବୁ ଜଗି ନିଜ ସ୍ୱାସ୍ଥ୍ୟକୁ ରେ ।


ସ୍ୱାସ୍ଥ୍ୟ ଆମ ସମ୍ପଦ ଅକ୍ଷୟ ଧନ,

ସୁଖ ଭୋଗିବୁ ସିନା ଥିଲେ ଜୀବନ ରେ ।


ହ- ହରି ଭରସା କରି ଥିବୁରେ ମନ,

ହାରିବୁ ନାହିଁ ଆଶା ହୋଇବୁ ଟାଣ ରେ ।


କ୍ଷ- କ୍ଷୀର-ହଳଦୀଗୁଣ୍ଡ ପିଇବୁ ଦେଖି,

କ୍ଷମା ମାଗିବୁ ନିଜ ଇଷ୍ଟଙ୍କୁ ଡାକି ରେ ।


#ସିଧାକଥା


Rate this content
Log in

Similar oriya poem from Classics