କରୋନା : କିଛି ଚିତ୍ର
କରୋନା : କିଛି ଚିତ୍ର


ସରି ଆସିଲାଣି ସଞ୍ଚିତ ତା ଧନ
ରୋଜଗାର ପନ୍ଥା ଦିଶେ ନାହିଁ,
ଭେଣ୍ଡିଆ ପୁଅଟା ହତାଶେ ବସିଛି
ଶୁନ୍ୟ ଆକାଶକୁ ଚାହିଁ ଚାହିଁ।
ବାପା ମାଆଙ୍କର ଔଷଧ ପଥି
କିଣିବା ପାଇଁ ତା ବଳ ନାହିଁ,
ନିରୀହ ଝିଅଟା ମାଆ କୋଳେ ଶୋଇ
ଜିଦି କରେ ଚକୋଲେଟ ପାଇଁ।
ନିଶୁନ ପଥରେ ନିରବ ରାଜୁତି
ଘରେ ଘରେ ଶୁଭେ ଆର୍ତ୍ତ ସ୍ୱର,
ମନ୍ଦିରେ ଈଶ୍ୱର ଲୁଚି ବସିଛନ୍ତି
ମାନବ ଭୟରେ ଥରହର।
ଏ ମହାମାରୀକୁ ଖାତିର ନକରି
ଖଳ ଅମାନିଆ କେଇଜଣ,
ଘୁରି ବୁଲୁଛନ୍ତି ସତର୍କତା ଭୁଲି
ବାଣ୍ଟି ଚାଲିଛନ୍ତି ସଂକ୍ରମଣ।
କରୋନା ଆକ୍ରାନ୍ତ ରୋଗୀଟିଏ ଏବେ
ଚିକିତ୍ସାଳୟରେ ଉପେକ୍ଷିତ,
ସମ୍ପର୍କୀୟଠାରୁ ଦୁରେ ରହି ଏକା
ଦିନ ଗଣେ ଭୟେ ଅବିରତ।
g>ସଂକ୍ରମଣ ଭୟେ ଅଛୁଆଁ ହେଲେଣି ଭୀଷଣ ଅସୁସ୍ଥ ଓ ମୃତକ, ବିଦେଶ ଫେରନ୍ତା ପୁଅପାଇଁ ଆଜି ସଦର ଦରଜା ଅବରୋଧ। ବାଜିରେ ଲାଗିଛି ଯୋଦ୍ଧାଙ୍କ ଜୀବନ ସରକାର ଆଜି ନିରୁପାୟ, ନିଷ୍ଫଳ ହେଲାଣି ଅନେକ ଯୋଜନା ତଥାପି ଘୁଞ୍ଚେନା ମାରୀଭୟ। ଶୁନ୍ୟ ରାଜପଥେ ରାଜୁତି କରୁଛି ଭୂତାଣୁ ଭୁତର ମୃତ୍ୟୁ ଭୟ, ପ୍ରକୃତି ସାଜିଛି ନିରବ ଦର୍ଶକ ମାନବର ଆଜି ପରାଜୟ। ଅବସାଦଗ୍ରସ୍ତ ଅନେକ ହୃଦୟ ପଥଭ୍ରଷ୍ଟ ହୋଇ ଦୁଃସମୟେ, ବାଛି ନେଉଛନ୍ତି ଆତ୍ମହତ୍ୟା ପଥ ଲଢ଼ି ନପାରି ଏ ଦୁଃସମୟେ। ହେ ବିଶ୍ୱ ନିୟନ୍ତା ତେଜି ନିଶ୍ଚଳତା ରକ୍ଷାକର ତୁମ ସର୍ଜନାକୁ, ଉଦବେଳିତ ପ୍ରାଣ ଆକୁଳେ ସ୍ପନ୍ଦିତ ଉଦ୍ଧାର କର ହେ ଏ ସୃଷ୍ଟିକୁ। © ଚିନ୍ମୟ କୁମାର ନାୟକ