STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

କ୍ରୋଧର ନିଆଁ

କ୍ରୋଧର ନିଆଁ

1 min
284


ଜଳୁ ଅଛି ହୃଦେ କ୍ରୋଧର ନିଆଁଟି

  ହୁ ହୁ ହୁ ହୋଇ ହୃଦେ,

ରାଷ୍ଟ୍ରର ବିରୋଧେ ଶତ୍ରୁଙ୍କ ତାଣ୍ଡବ

  କରେ ଲୋକହସା ହୃଦେ।


ସତ୍ତା ସୁଖ ପାଇଁ ନେତାଙ୍କ ଚରିତ୍ର

  କରୁଅଛି ମର୍ମାହତ,

ନାହିଁ ରାଷ୍ଟ୍ର ସେବା ନିଜ ଲାଭ ପାଇଁ

  ନେତା ହୋଇଛନ୍ତି ଯୁକ୍ତ।


ନାହିହିଁ ଉଦ୍ଦେଶ୍ୟ ନାହିଁ ସେବାଭାବ

  ବିଚାରଧାର ଭି ନାହିଁ,

 ସ୍ବାର୍ଥ ପାଇଁ ତାଙ୍କ ଅନ୍ୟ ପାର୍ଟି ସଙ୍ଗ

  ତିଳେ ଲଜ୍ଜା କରେ ନାହିଁ।


ଠିକାଦାର ପରି କାର୍ଯ୍ୟ ଶୈଳୀ ତାଙ୍କ

  ନିଜ ଲାଭ ପାଇଁ ମାତ୍ର,

ପତକା ଧାରଣ ଠକାଠକି କାର୍ଯ୍ୟେ

  ତାଙ୍କ ଅଭିନୟ ମାତ୍ର।


କ୍ରୋଧ ଧୂଆଁ ଉଠେ ରାଷ୍ଟ୍ରବାଦୀଙ୍କର

  ହୁ ହୁ ହୁ ହୁ ହୋଇ ହୃଦେ,

କ୍ରୋଧିତ ହୃଦୟ ଆତୁର ମନରେ

  ଜଳେ କ୍ରୋଧ ଅଗ୍ନି ହୃଦେ।


ପରାସ୍ତ କରିବା ଏପରି ନେତାଙ୍କୁ

  ନାହିଁ ପ୍ରଯୋଜନ ଦେଶେ,

ଠିକାଦାର ପରି କାର୍ଯ୍ୟ ହିଁ ତାଙ୍କର

  ନିଜ ସ୍ବାର୍ଥ ପାଇଁ ଦେଶେ।


ଜାତିବାଦ ନୀତି ଘୁଂଚୁ ନାହୁଁ ଦେଶୁ

  ନେତା ଅସ୍ତ୍ର କରିଛନ୍ତି,

ଜାତି ଜାତି ଗୁଞ୍ଜେ ହୃଦ ପ୍ରାଣେ ତାଙ୍କ

  ନେତାଗଣ ଠକୁଛନ୍ତି।


ଯାଦବ ଠକୁଛି ଯାଦବଙ୍କୁ ନିତ୍ୟେ

  ବ୍ରାହ୍ମଣ ଠକେ ବ୍ରାହ୍ମଣ,

କ୍ଷତ୍ରିୟ ଠକୁଛି କ୍ଷତ୍ରିୟ ମାନଙ୍କୁ

  ନୂହେଁ ଏହୁ ନେତା ଗୁଣ।


ଦଳିତ ପୀଡିତ କହୁଛନ୍ତି ନେତା

   ସେବାଭାବ ନାହିଁ ତାଙ୍କ,

ସତ୍ତା ହିଁ ପାଇବା ଉଦ୍ଦେଶ୍ୟ ତାଙ୍କର

   କାର୍ଯ୍ୟ ଠକାଠକି ତାଙ୍କ।


ଜାତିପ୍ରଥା ଥିବ ଯେତେ ଦିନ ଦେଶେ

   ଦେଶର ଉନ୍ନତି ନାହିଁ,

ମନ୍ତ୍ର ସମଭାବ ନାହିଁ ନେତା ମଧ୍ୟେ

   ନେତୃତ୍ୱ ତାଙ୍କର ଯହିଁ।


ଶୁଣି ଜାତି ଜାତି ହୃଦୟ କ୍ରୋଧିତ

  କ୍ରୋଧର ନିଆଁଟି ଜଳେ,

ଘୃଣା ଲାଗେ ଦେଖି ନେତା କାର୍ଯ୍ୟ ଶୈଳୀ

  ଦୂର କର ଜ୍ଞାନ ବଳେ।


କଳିଯୁଗ ଏହୁ କଳିର ତାଣ୍ଡବ

  ଠକାଠକି କାର୍ଯ୍ୟ ଏଠି,

ନିଜ ସ୍ବାର୍ଥ ପାଇଁ ଠକୁଛନ୍ତି ନେତା

  ବୁଝିବାକୁ ହେବ ଏଠି।


ଜାଗ୍ରତ ହୁଅ ହେ ଦେଶବାସୀ ଆମ

  ଜାତିପ୍ରଥା ଦୂର କର,

ଜାତି ଜାତି କହି ଠକୁଛନ୍ତି ନେତା

  ଦୂର ତାଙ୍କ ଠାରୁ କର।


କର ସମର୍ଥନ ଏପରି ନେତାଙ୍କୁ

  ହୃଦେ ଜାତି ଭାବ ନାହିଁ,

ସେବା ସମଭାବ ମନ୍ତ୍ର ହିଁ ଯାହାରେ

  ଦିଅ ସମର୍ଥନ ତହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy