STORYMIRROR

Nibedita Mishra

Inspirational

4  

Nibedita Mishra

Inspirational

କ୍ରୋଧର ନିଆଁ

କ୍ରୋଧର ନିଆଁ

1 min
383


ଜଳେ ଯେବେ ଯେବେ କ୍ରୋଧର ନିଆଁ 

ଧିରେ ଧିରେ ପାଉଁଶ କରିଦିଏ ସବୁ ଭାବନା

ସମ୍ପର୍କର ସବୁ ସୂତାଖିଅକୁ ଜାଳିପୋଡି

ଛାଡି ଚାଲିଯାଏ ଖାଲି ଅନୁତାପର ଉଷୁମ ଛୁଆଁ।


ଏ ନିଆଁ ଲୋଭ ଓ କ୍ଷୋଭରୁ ଜାତ ହୁଏ

କ୍ଷଣିକ ଆଗ୍ନେୟଗିରି ସମ ଉଦ୍ଗିରଣ ପରେ

ଅବଶୋଷର ମଶାଣୀ ଭୂଇଁ ରେ ପରିଣତ କରେ

ମାନ ଅଭିମାନର ଅଧାପୋଡା ଶବ ଯାହା ପଡିରହେ।


କ୍ରୋଧର ନିଆଁ ଶାନ୍ତ ହେଲା ପରେ ଇଚ୍ଛାହୁଏ

ସେ ଅର୍ଧଦଗ୍ଧ ସମ୍ପର୍କ ସବୁରେ ପ୍ରାଣ ସଞ୍ଚରିବାକୁ

ହେଲେ ସେ ସବୁ ଆଉ ସମ୍ଭବ ହୋଇପାରେ ନାହିଁ

ସମ୍ପର୍କରେ ଥିବା ବିଶ୍ବାସର ପ୍ରାଣ ହୃଦୟଟି

ସେତେବେଳକୁ ନିଷ୍କ୍ରିୟ ହେଇ ସାରିଥାଏ ।


କ୍ରୋଧ ବେବେ ବି କାହାକୁ କିଛି ଦିଏନାହିଁ

ସେ ଆର୍ବିଭାବ ହୁଏ ସବୁକିଛିକୁ ଜାଳିବାକୁ

କ୍ରୋଧାଗ୍ନିରେ ଜଳୁଥିବା ମନ ହିତାହିତ ଜ୍ଞାନ ହରାଇ

ନିଜକୁ ଓ ଅନ୍ଯକୁ ଜାଳି ଭସ୍ମୀଭୂତ କରଇ।


ତେଣୁ ହେ ମାନବ ଜାତି କ୍ରୋଧକୁ କର ଆୟତ

ତେବେ ବାନ୍ଧି ପାରିବ ସମ୍ପର୍କର ଚିରସ୍ଥାୟୀ ସୂକ୍ଷ୍ମସେତୁ

ନଚେତ୍ ଦିନ ଆସିବ ଯେବେ ତୁମେ ସବୁକିଛି ହରାଇ

ବିଳାପ କରୁଥିବ ହଲାଇ କେବଳ ନିଜର ଶୂନ୍ଯହାତ।


କାଳେ କାଳେ ଅଛି କଥା ଯିଏ କ୍ରୋଧକୁ କରିଛି ଦମନ

ସେ ହିଁ ପାଇପାରିଛି ସଭିଙ୍କଠୁ ଶ୍ରଦ୍ଧା ଓ ସମ୍ମାନ

କ୍ରୋଧକୁ ପ୍ରେମ ଓ ଭକ୍ତି ଦ୍ବାରା କରିଲେ ଶାନ୍ତ

ମିଳଇ ଜୀବନେ ସୁଖ,ଶାନ୍ତି ଓ ଲାଭ ଅନନ୍ଯ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational