STORYMIRROR

Nirupama Dehuri

Classics

3  

Nirupama Dehuri

Classics

କ୍ରୋଧର ନିଆଁ

କ୍ରୋଧର ନିଆଁ

1 min
205

ସମୟର କରାଳ ଗହ୍ୱରରେ

     ମଥାପାତି ସହିଯାନ୍ତି

     ନିଷ୍ଠୁର ନିୟତିର ଅଟହାସ୍ଯ

     ସୁଖ ସୋଭାଗ୍ଯରେ ପରିପୂର୍ଣ୍ଣ ହସ୍ତିନା

     ଯହିଁ ଚାହଁ ମୃତ୍ୟୁର ପାଦ ଚିହ୍ନ ।

ବିଷର୍ଣ୍ଣ ଦ୍ରୋପଦୀ 

     ଜିତି ମଧ୍ୟ ହାରିଯାଇଛି

     ଜୀବନର ଯୁଦ୍ଧେ

     ଅଷ୍ଟାଦଶ ଦିବସ ସମରେ

     ହତସର୍ବ କୁରୁ ବୀରେ

     ହତଶ୍ରୀ ହସ୍ତିନା ଚାହେଁ

     କଟାକ୍ଷ ନେତ୍ରରେ ।

ବିଜୟ କରିଣ ଯୁଦ୍ଧେ

      କି ଲାଭ ଅଭିମନ୍ୟୁ ସହ

      ପଞ୍ଚ ପୁତ୍ରେ ଧର୍ମ ଯୁଦ୍ଧେ ହତ

      ପଣ୍ଡୁ ଆଉ କୋୖରବଙ୍କ ନାହିଁ ବଂଶ

      ଆଶା ସଂଚାରେ ଉତ୍ତରାଙ୍କ ଗର୍ଭେ

      ହୁଏତ ଜନ୍ମ ନେବ ଭାବି ବଂଶଧର ।

ଲେଲିହାନ ପ୍ରଜ୍ବଳିତ ଶିଖା

      ଯଜ୍ଞ କୁଣ୍ଡରୁ ଆବିର୍ଭୁତା ଯାଜ୍ଞସେନୀ

      ଅଳିଅଳ ଦ୍ରୃପଦ ନନ୍ଦିନୀ

      ପରିପୂର୍ଣ୍ଣ ଯୋୖବନା ଜାଣି

      କନ୍ୟା ବିବାହ ଅର୍ଥେ

      ଦ୍ରୃପଦ ଲାଖ ବନ୍ଧା କରନ୍ତି ନିର୍ମାଣ ।

ଘୂର୍ଣ୍ଣାୟିତ ମୀନ ବାମ ନେତ୍ର

      ଲକ୍ଷ୍ୟ ଭେଦି ମଧ୍ୟମ ପାଣ୍ଡବ

      ଲଭିଲେ ଯାଜ୍ଞସେନୀ

      ମାତା କୁନ୍ତୀଙ୍କ କାରଣୁ

      ସହଧର୍ମିଣୀ ପଞ୍ଚ ପାଣ୍ଡବଙ୍କ ।

କପଟ ପଶାରେ ଶକୁନି

      କୁଟିଳ ତା'ର ଶିକାର

      ଦୁଃଶାସନ ବସ୍ତ୍ର ହରଣ କରନ୍ତି

      କୋୖରବଙ୍କ ରାଜା ଦରବାରରେ

      କୃଷ୍ଣଙ୍କର ଅତିପ୍ରିୟ କୃଷ୍ଣା

      ଭାବ ଭକ୍ତି ର ଜୀବନ୍ତ ପ୍ରତିକ ।

କୁରୁ ସଭା ତଳେ

      କୋଟି ବସ୍ତ୍ର ଦେଇ

      ଲଜ୍ଜ୍ୟା ନିବାରିଲେ

      ମହାବଳୀ ଭୀମଙ୍କ କ୍ରୋଧର ନିଆଁ

      ଅର୍ଜୁନଙ୍କ ଗାଣ୍ଡିବ ଟଙ୍କାର,

      ଶକୁନିଙ୍କ କପଟ ପଶାର

      ବିଷ ପରିଣତି ।

ଅଷ୍ଟାଦଶ ଦିବସ ସମରେ

      ବୀର ଶୂନ୍ୟ ବସୁନ୍ଧରୀ

      ମହାସମର ଉପାନ୍ତ ରେ

      ବିଜୟ ଶ୍ରୀ ମଣ୍ଡିତ ପାଣ୍ଡବ

      ନାହିଁ ପୂର୍ବ ଉତ୍ କଣ୍ଠା ଉତ୍ସାହ ।

ବିଷାଦିତ ଭାରାକ୍ରାନ୍ତ ମନ

      ପ୍ରଜ୍ବଳିତ ଅଗ୍ନି ଶିଖା ସମ

      ଥିଲା ଯେଉଁ ନେତ୍ର

      ଆଜି ସତେ ଅଶ୍ରୁ ବିଗଳିତ ।

ଏକାନ୍ତେ ଦ୍ରୋପଦୀ ସ୍ମରି

       ନିଜ ପ୍ରିୟ ପରିଜନ 

       ଅଶ୍ରୁ ବିଗଳିତ ନେତ୍ରେ

       ବେଦନାରେ ଜର୍ଜରିତ

       ଅବଶ ଶରୀର ।

କେତେ ସଧବାଙ୍କ

       ମଥାରୁ ସିନ୍ଦୂର

       ସ୍ନେହ କାଙ୍ଗାଳିତ ଜନନୀଙ୍କ

       ପରିପୂର୍ଣ୍ଣ କୋଳ

       ଭାସିଗଲା କ୍ରୋଧର ନିଆଁ ।


Rate this content
Log in

Similar oriya poem from Classics