STORYMIRROR

Jyotsnarani Panda

Inspirational Others

3  

Jyotsnarani Panda

Inspirational Others

କ୍ରୋଧର ନିଆଁ

କ୍ରୋଧର ନିଆଁ

1 min
186


ତ୍ରିଗୁଣ ତତ୍ତ୍ଵରେ ଶରୀର ଯେ ଗଢ଼ା 

  ସ୍ରଷ୍ଟାଙ୍କ ଅପୂର୍ବ ଦାନ 

ସତ୍ତ୍ଵ ରଜ ତମ ବଢ଼ାଏ ବିଭ୍ରମ 

  କାର୍ଯ୍ୟଶୈଳୀ ଭିନ୍ନ ଭିନ୍ନ ।। 


ସତ୍ତ୍ଵ ଯେ ନିର୍ମଳ ଉଜ୍ଜ୍ୱଳ ଓ ଶାନ୍ତ 

   ରଜ ଅନୁରାଗ ଯୁକ୍ତ 

ତମ ଯେ ଅଜ୍ଞାନ ପ୍ରମାଦ ଆଳସ୍ୟ 

  ନିଦ୍ରାରେ କରେ ସଂଯୁକ୍ତ ।। 



ସତ୍ତ୍ଵ ସୁଖ ଶାନ୍ତି ଜ୍ଞାନରେ ଆବଦ୍ଧ 

  ତୃଷ୍ଣା ଓ ଆସକ୍ତି ରଜ 

ତମ କ୍ରୋଧ ମୋହ ପ୍ରମୋଦ ଅଜ୍ଞାନେ 

   ମଣିଷକୁ କରେ ସଜ ।। 



କ୍ରୋଧ ସେହି ଅଗ୍ନି ହିଂସାରେ ନିମଗ୍ନି 

   ସ୍ଵୟଂକୁ ଜଳାଏ ଆଗ 

ଅପରର କ୍ଷତି ପରେ ସେ ଘଟାଏ 

   ଭୂଲି ସ୍ନେହ ଅନୁରାଗ ।। 



ଦୁର୍ବଳମନାଙ୍କ ଲକ୍ଷଣ ଯେ କ୍ରୋଧ 

  ସମ୍ଭାଳିପାରନ୍ତି ନାହିଁ 

ପରିସ୍ଥିତି ସହ ଖାପ ଖୁଆଇବା 

   ଆଦୌ ତାଙ୍କୁ ଜଣାନାହିଁ ।। 



ଅଧିକ ମାତ୍ରାରେ ରାଗିଗଲେ ବ୍ୟକ୍ତି 

   ଭାଷାଜ୍ଞାନ ଭୂଲିଯାଏ 

ମାଡ଼ ଗାଳି କରି ଭଙ୍ଗାରୁଜା କରେ 

   ଭୟଙ୍କର ହୋଇଯାଏ ।। 



ମଧୁର ସମ୍ପର୍କ କ୍ଷଣିକରେ ତିକ୍ତ 

  କୁଭାଷା ପ୍ରୟୋଗ କରି

ଧିରେ ଧିରେ ମିତ୍ର ବନ୍ଧୁ ପରିଜନ 

  ଚାଲିଯାନ୍ତି ଆଡକରି ।। 



ଅତ୍ୟଧିକ କ୍ରୋଧ ନାନା ରୋଗ ବ୍ୟାଧି 

  ଦେହେ ନିମନ୍ତ୍ରଣ କରେ 

ରକ୍ତଚାପ ଚର୍ମ ମସ୍ତିଷ୍କ ବିକୃତି 

  ଦହଗଞ୍ଜ କରି ମାରେ ।। 



ସ୍ଥାନ ପରିତ୍ୟାଗ କର ହେ ବହନ 

  ଯେଉଁ କ୍ଷଣି କ୍ରୋଧ ଆସେ 

ପ୍ରଭୁ ନାମ ସ୍ମରି ଗାୟତ୍ରୀ ଜପିଲେ 

   ଧିରେ ଧିରେ ରାଗ ଖସେ ।। 



ଯୋଗ ଧ୍ୟାନ ପୂଜା ପ୍ରାର୍ଥନାରେ ନିତି 

   ମନକୁ ନିଵେଶ କର 

ନୀଳାଚଳ ନାଥ ନିର୍ଦ୍ଦେଶେ ସୁପଥ 

  ପାଇ ଆତ୍ମା ଧନ୍ୟ କର ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational