କର୍ମଫଳ
କର୍ମଫଳ
ଜୀବନ ଯାତ୍ରାରେ ଯେବେ ଟେକି ଦେଉ
ଆଞ୍ଜୁଳା ଆଞ୍ଜୁଳା ପାଣି,
କେବେ ଝରିପଡେ ପୁଳାପୁଳା ପାପ
କେବେ ବହେ ପୁଣ୍ୟ ପୁଣି ।
ପାପ ଆଉ ପୁଣ୍ୟ ମିଳିଥାଏ ସଦା
ଆପଣା କରମ ନେଇ,
ଫଳାଫଳ ସର୍ବେ ହୁଅନ୍ତି ପ୍ରାପତ
ପାଆନ୍ତିନି କେହି ତ୍ରାହି ।
ଅପକର୍ମ ପାଇଁ ଅନୁତାପେ ଯଦି
ନ ହୋଇଲା ନିଜେ ଭାଳି,
ଅଦୄଶ୍ୟ ଶକ୍ତିର ଶକ୍ତ ପ୍ରହାରକୁ
ପାରିବନି ଜମା ଟାଳି ।
ଭଲ ଓ ମନ୍ଦର ମରମକୁ ହେଜି
କର୍ମ କରେ ଯେଉଁ ଜନ,
ଆତ୍ମିକ ଉଲ୍ଲାସ ପ୍ରାପତ ହୁଅଇ
ସୁନ୍ଦର ହୄଦୟ ମନ ।
ଅନୁତାପ ଏକ ସୁଅନୁଭବ
ଯେବେ ଆସେ ଚିନ୍ତନରେ
ଜୀବନ କରମ ହୁଅଇ ମାର୍ଜିତ
ଅବସାଦ ଯାଏ ଦୂରେ ।
ପ୍ରତିଟି କରମ କରିବା ପୂର୍ବରୁ
ବହୁଥର ଭାବି କଲେ,
ଆତ୍ମଗ୍ଳାନି ପ୍ରଶ୍ନ ନଥାଏ ତହିଁରେ
ସନ୍ତୋଷ ମିଳଇ ଭଲେ ।