STORYMIRROR

Binodini Dash

Inspirational

4  

Binodini Dash

Inspirational

କର୍ମେ ସାର୍ଥକ ମନୁଷ୍ୟ ଜନ୍ମ

କର୍ମେ ସାର୍ଥକ ମନୁଷ୍ୟ ଜନ୍ମ

1 min
353


କର୍ମରେ ସାର୍ଥକ ମନୁଷ୍ୟ ଜନମ

କର୍ମେ ହୁଏ କେହି ଗରୀୟାନ

କର୍ମ ବଳେ ନର ଶୋଭେ ଯଶସ୍କର

ପ୍ରକଶିଣ ଗୁଣ ତେଜିୟାନ ।


କର୍ମ ବଳେ ଆଜି ଅନ୍ତରୀକ୍ଷ ଭେଦି

ବିଜ୍ଞାନେ ତୋଳଇ ଜୟଜୟ

ମରତ ପାତାଳ କରି ଏକାକାର

ଜୀବନେ ନୂତନ ସୂର୍ଯ୍ୟୋଦୟ ।


ଯେଉଁ କରମରେ ଜଗତ ମଙ୍ଗଳ

ସେ ପଥରେ ଯିଏ ଧାବମାନ

ପାବନ ମନରେ କର୍ତ୍ତବ୍ୟ ନିଷ୍ଠାରେ

ନିଶ୍ଚେ ହୁଅଇ ତା'ର ସାଧନ ।


ନିନ୍ଦା ପ୍ରଶଂସାକୁ ନଧରି ମନରେ

କେବଳ କାମରେ ଦେଇ ଧ୍ୟାନ

ସଫଳ ମଣିଷ ଭାବରେ ଗଣିତ

ଗତି କରି ଉତ୍ଥାନ ପତନ ।


କର୍ମ ହିଁ ଜୀବନ କର୍ମ ଭଗବାନ 

କର୍ମ ବିନା ନାହିଁ ଗତି ମୁକ୍ତି

ବୁଝି ପାରିଥାଏ ଯାହର ଅନ୍ତର

ରଖିଥାଏ ସଦା କର୍ମେ ମତି ।



Rate this content
Log in

Similar oriya poem from Inspirational