STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କର୍ମବୀର ଗୌରୀଶଙ୍କର   

କର୍ମବୀର ଗୌରୀଶଙ୍କର   

1 min
11

     କର୍ମବୀର ଗୌରୀଶଙ୍କର       
       =============
ଆହେ କର୍ମବୀର ଗୋଉରୀ ଶଙ୍କର
ଉତ୍କଳର ଯୋଗ୍ୟ ସୂତ l
ତ୍ୟାଗର ତୁମ୍ଭର ନାହିଁ ପଟାନ୍ତର
ଉତ୍କଳୀ ହେଲେ ଚକିତ ll
କର୍ମେ ଜିଏ ନର କର୍ମ ଏକା ତାର
ମାନଦଣ୍ଡ ଜୀବନର l
ଏ ମହା ମନ୍ତର ଶିଖାଇଲ ତୁମ୍ଭେ
କର୍ମ କରି ନିରନ୍ତର ll
ଆମ୍ଭ ଜାତୀୟତା ଜାଗରଣ ନେତା
ତୁମ୍ଭେ ତ ଆମ୍ଭ ସାରଥୀ l
ତୁମ୍ଭେ ଭଗୀରଥ ଆହେ ଦେଶଭକ୍ତ
ଶିଖାଇଲ ଦେଶ ଭକ୍ତି ll
ସାହିତ୍ୟ ସେବକ ସାହିତ୍ୟ ଭାବୁକ
ସାହିତ୍ୟେ ତୁମ୍ଭ ସାଧନା l
ଉତ୍କଳ ଭାରତୀ ପ୍ରଚାରେ କରିଲ
କଟକରେ ଛାପାଖାନା ll
ଉତ୍କଳୀ ପ୍ରାଣରେ ଭରିଦେଲ ପରା
ଗଭୀର ଆତ୍ମ ବିଶ୍ୱାସ l
ନିର୍ଭୀକ ତୁମ୍ଭର ଜାତି ଉତ୍ବୋଧନୀ
ଉତ୍କଳୀ ମାରିଲେ ଶ୍ୱାସ ll
ଉତ୍କଳ ଦୀପିକା ତୁମ୍ଭ ସୃଷ୍ଟି ଏକା
ଏ ଜାତି ଜାତୀୟ ଭାଷା l
ତୁମ୍ଭ କୃତି କୀର୍ତ୍ତି ଆହେ କର୍ମବୀର
ଗାଇବ ସଦା ଓଡ଼ିଶା ll
ଆହେ କର୍ମବୀର ଜାତି କର୍ଣ୍ଣଧାର
ତୁମ୍ଭେ ତ ଜାତୀୟ ବୀର l
ତୁମ୍ଭ ଜନ୍ମ ଦିନେ ଆହେ ଯଶଧର
କରେ ଶତ ନମସ୍କାର ll
          🙏🙏🙏
              ଅର୍ଜୁନୀ
             ------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Rate this content
Log in

Similar oriya poem from Inspirational