STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କର୍ମ

କର୍ମ

1 min
231


ଏ ଜୀବନ ପରା କର୍ମର ନିମନ୍ତେ

ଦୁର୍ଲ୍ଲଭ ଜୀବନ ଏହୁ,

ଜୀବ ମଧ୍ୟେ ଶ୍ରେଷ୍ଠ ମନୁଷ୍ୟ ଜୀବନ

କର୍ତ୍ତବ୍ୟ ପଥରେ ରହୁ।


ଅନାଦି ଅନନ୍ତ କଲେଟି ଭିଆଣ

ନରେ ସବୁ ଗୁଣ ପୂର୍ଣ୍ଣ,

କର୍ମର ନିମନ୍ତେ ଦେଲେ ଜ୍ଞାନବୁଦ୍ଧି

ସବୁ ଗୁଣେ ପରିପୂର୍ଣ୍ଣ।


ଦେଲେ ସତ୍ୟ ଜ୍ଞାନ ତହିଁ ତ୍ୟାଗ ଜ୍ଞାନ

ପୁଣି ଅହିଂସାର ମନ୍ତ୍ର,

ଦେଲେ ଭକ୍ତି ଜ୍ଞାନ ତହିଁ ସେବାଜ୍ଞାନ 

ଜ୍ଞାନ ରାଷ୍ଟ୍ରସେବା ମନ୍ତ୍ର।


ତଥାପି ମାନବ ଦୁର୍ନୀତିରେ ଲିପ୍ତ

ଚିନ୍ତା ଲାଗୁ ଅଛି ଦେଖି,

ସ୍ବାର୍ଥରେ ଜଡ଼ିତ ରହିଛି ସର୍ବଦା

ଲାଗେ ଲଜ୍ୟା ତାହା ଦେଖି।


ଜୀବହତ୍ୟା କରେ ଜୀବଙ୍କଅନିଷ୍ଟ

ଠକାଠକି କାର୍ଯ୍ୟ ତାର,

ସ୍ବାର୍ଥରେ ଜଡ଼ିତ ଥାଏ ଟି ସର୍ବଦା

ପାଞ୍ଚୁ ଥାଏ ମନ୍ଦ ପର।


ଦେଶେ ଖାଇରହି ଶତ୍ରୁତା କରେଟି

କିପରି ମନୁଷ୍ୟ ସେହୁ,

ଭ୍ରଷ୍ଟାଚାରୀ ହୋଇ ଲୁଟେଦେଶଧନ

ଅଟେ କି ମନୁଷ୍ୟ ସେହୁ।


ସୁକର୍ମରେ ନାହିଁ ମନ ଟି ତାହାର,

କୁକର୍ମରେ ସଦା ମନ,

ମିଥ୍ୟା ଅହଂକାରେ ଜଡ଼ିତ ସର୍ବଦା

କହିବା କି ତାକୁ ଜନ।


ମନୁଷ୍ୟ ଜାତିରେ କଳଙ୍କ ସେହୁରେ

ନାହିଁ ତିଳେ ଶାସ୍ତ୍ର ଜ୍ଞାନ,

ରାଷ୍ଟ୍ର ନିର୍ମାଣରେ ନାହିଁ ତାର ମନ

ପର ଧନେ ଖାଲି ଧ୍ୟାନ।


କର୍ମ ସେ କରୁଛି ଅବାଟ ଧରିଛି

ନାହିଁ ତାର କର୍ମ ଜ୍ଞାନ,

ଅନ୍ୟାୟକର୍ମରେ ଲିପ୍ତହୋଇଅଛି

ଧର୍ମ ପ୍ରତି ନାହିଁ ଧ୍ୟାନ।


ଶିକ୍ଷିତ ହେଲେବି ମୂଲ୍ୟନାହିଁ ତାର

ସମାଜେ କଳଙ୍କ ସେହୁ,

ମୁକ୍ତି ନାହିଁତାର ମନୁଷ୍ୟ ଜୀବନେ

ପାପରେ ଜଡ଼ିତ ସେହୁ।


କର୍ମ ପରା ଅଟେ ରାଷ୍ଟ୍ରସେବା ଯହିଁ

କର୍ମ ପରା ଜନସେବା,

କର୍ମ ବଳୁ କରେ ଗୃହର ପାଳନ

କରୁଥାଏ ପ୍ରଭୁ ସେବା।


ଅମୂଲ୍ୟ ଜୀବନ ବୃଥା ନହୁ ଭାଇ

ଦିଅ କର୍ମ ପ୍ରତି ଧ୍ୟାନ,

ନିସ୍ବାର୍ଥ କର୍ମରେ କର୍ମ ଅହର୍ନିଶି

କୃଷ୍ଣଙ୍କର କର୍ମ ଜ୍ଞାନ।




Rate this content
Log in

Similar oriya poem from Abstract