Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shubhra Suchitra Mahanta

Inspirational

4  

Shubhra Suchitra Mahanta

Inspirational

କର୍ମ

କର୍ମ

1 min
272


ମାନବ ଜୀବନ ନୁହଁଇ କେବଳ

ବର୍ଷ ମାସ ଦିନ ଦଣ୍ଡ

କହି ଯାଇଛନ୍ତି ଗୋପବନ୍ଧୁ ଦାସ

କର୍ମ ଜୀବନର ମାନଦଣ୍ଡ..... 


ଜାଗ୍ରତ ହୁଅ ହେ ସୁପ୍ତ ଶିଶୁଗଣ 

ବେଳୁଁ ହୁଅ କର୍ମତତ୍ପର

ଅଥବା ରହିବ ଅଳସୁଆ ହୋଇ

ଭୋଗିବ ଫଳ ଆଳସ୍ୟର.....


ମାଗଣା ନୁହଁରେ ପିଲେ ଏଠି କିଛି

ପଇସାରେ ଚାଲେ ଦୁନିଆ

ଅମ୍ଳଜାନ ବି ମହଙ୍ଗା ପାଇବ

ହେଇ ଦେଖ ଥରେ ବେମାରିଆ....


ଜୀବନ ଯେହେତୁ ଦୁଇ ଦିନର

କରିଚାଲ ତୁମ କର୍ତ୍ତବ୍ୟ

ନହେଲେ ପିଲେ ଅଜାଣତରେ

କରିବ ଅପରାଧ ଧର୍ତ୍ତବ୍ୟ....


ସୁନାର ଫସଲ ପାଇବାକୁ ହେଲେ

କର ଝାଳ ବୁହା ପରିଶ୍ରମ

ସ୍ଵପ୍ନରେ ସ୍ଵପ୍ନରେ ମହଲ ନ ଗଢି 

କାମ ଦାମରେ ଦିଅ ମନ.....



Rate this content
Log in

Similar oriya poem from Inspirational