କର୍ମ ହିଁ ଭଗବାନ
କର୍ମ ହିଁ ଭଗବାନ


ନାହିଁ ମୋର ସେ ଅଧିକାର
କରି ପାରିବି କାହା ପାଶେ ଅଳି,
ଦୁନିଆ ଆଗରେ ସାଜିଛି ପରା
ମୁଁ ଗୋଟେ ଜରିଗୋଟାଳି ।
ଗାଆଁ ଗାଆଁ ବୁଲେ ଜରିର ସନ୍ଧାନେ
ମିଳେ କେତେ ଲାଞ୍ଛନା ,
ସବୁ କିଛି ତୁଚ୍ଛ ମୋ ଆଗରେ
ପାଇ ଯାଏ ଯଦି ଅଳିଆ ଆବର୍ଜନା ।
ସାଉଁଟି ନିଏ ମୁଁ ଭାବି
ତାକୁ ହୀରା ମୋତି, ,
ଯାହାକୁ ତୁମେ ଦିଅ ଫୋପାଡି
ଭାବି ଅଦରକାରୀ ।
ନିଜକୁ ନେଇ କରେ ମୁଁ ଗର୍ବ
ସାଜି ନାହିଁ ମୁଁ ଚୋର ,
ପେଟ ପୋଷିବାକୁ ଆପଣାଇ ନାହିଁ
କେବେ ରାସ୍ତା ଅବାଟର ।
ନିଜ ସ୍ୱାଭିମାନକୁ ନେଇ
ସଦା ରୁହେ ମୁଁ ଅଟଳ ,
ଦୁନିଆ ସଙ୍ଗରେ ଯୁକ୍ତି କରିବାକୁ
ନାହିଁ ମୋର ବଳ ।
ସହି ଯାଏ ମୁଣ୍ଡ ପାତି
ସବୁ ନିର୍ଯ୍ୟାତନା ,
ଟଙ୍କା ଲୋଭରେ ଦୋଷ କରିବାକୁ
ହୁଏ ନାହିଁ ବାଟବଣା ।
ଭାବି ନାହିଁ କେବେ କାମକୁ
ମୋର ହୀନ ,
ପିଲାଟି ବେଳୁ ଶୁଣି ଆସିଛି
କର୍ମ ହିଁ ଭଗବାନ । । ।