STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କରିବା ବ୍ୟାୟାମ

କରିବା ବ୍ୟାୟାମ

1 min
273


ଆସ ବାଳକେ କର ବ୍ୟାୟାମ

ଶୁଣରେ ଦେଇ ମନ,

କର ବ୍ୟାୟାମ ଗୁରୁ ବଚନ

ଖୁସିରେ କଟେ ଦିନ।


ମାନ ସମ୍ମାନ ଧନ ସମ୍ପତ୍ତି

କଣ ହେବରେ ତହିଁ,

ଶରୀର ଯଦି ନଥାଏ ଭଲ

ଧନର ମୂଲ୍ୟ ନାହିଁ।


ସ୍ବାସ୍ଥ୍ୟ ଶରୀର ରଖିବା ପାଇଁ

ବ୍ୟାୟାମ ଆବଶ୍ୟକ,

ଅଳସୁଆଟି ନ ରୁହେ ସ୍ବାସ୍ଥ୍ୟ

ନ ଲାଗେ ତାକୁ ଭୋକ।


ପ୍ରାପଃ ବୁଲିବା ଖେଳ ଖେଳିବା

ସନ୍ତରଣ ଭି ଯୋଗ,

ନିତିଦିନରେ କରିଲେ ଏହା

କାହିଁରେ ତହିଁ ରୋଗ।


ରକ୍ତ ସଞ୍ଚାର ହେବରେ ଭଲ

ଦେହୁ ବହିଲେ ଝାଳ,

ତୋର ଶରୀର ହେବ ସୁନ୍ଦର

ସ୍ବାସ୍ଥ୍ୟହେ ଚିରକାଳ।


ଆସ ବାଳକ ଆସ ବାଳିକା

ବ୍ୟାୟାମ କର ନିତି,

ସ୍ବାସ୍ଥ୍ୟ ଭାରତ ହେବ ସାକାର

ଯୋଗ କରିଲେ ପ୍ରୀତି।



Rate this content
Log in

Similar oriya poem from Abstract