କରେ ସେ ଅତି ଆନନ୍ଦ
କରେ ସେ ଅତି ଆନନ୍ଦ
ଅତିହିଁ ସୁନ୍ଦର ଫୁଲର ଉଦ୍ୟାନ
ଘର ପାଶେ ସେହୁ ଅଛି,
ବିଭିନ୍ନ ପ୍ରକାର ଫୁଲରେ ସଜ୍ଜିତ
ଅତି ସୁନ୍ଦର ଦିଶୁଛି।
ଯୁଇ ଯାଇ ମଲି ଫୁଲର ଉଦ୍ୟାନ
ଗୋଲାପ ଫୁଲ ଭି ତହିଁ,
ଗେଣ୍ଡୁ ଫୁଲ ତହିଁ ଦିଶୁଛି ସୁନ୍ଦର
ଦୃଶ୍ୟ ଦେଖୁ ଥାଏ ମୁହିଁ।
ସୁଗନ୍ଧିତ ବାଯୁ ବହୁ ଥାଏ ଧୀରେ
ମୋହୁ ଥାଏ ଜନମନ,
ଭ୍ରମର ଭ୍ରମୁଛି ଡାଳେଡାଳେ ତହିଁ
ଶୁଭେ ମହୁ ମାଛି ଗାନ।
ପ୍ରଜାପତିଭ୍ରମେ ଏ ଡାଳ ସେ ଡାଳ
ଶୁଭେ କୋଇଲିର ସ୍ବନ୍ନ,
କାକ ପକ୍ଷୀ ରାବ୍ ତହିଁ ଶୁଭୁ ଥାଏ
କାଉ କାଉ ତାର ସ୍ବନ୍ନ।
ଦିଶୁଛି ଉଦ୍ୟାନ ଅତି ହିଁ ଅପୂର୍ବ
ମନ ମୋହୁ ଥାଏ ଦୃଶ୍ୟ,
ଝରକା ପାଖରୁ ଦେଖୁ ଥାଏ ମୁହିଁ
ଅପୂର୍ବ ତାହାର ଦୃଶ୍ୟ।
ଗୁଞ୍ଜନ ଟି ହୃଦେ ବର୍ଣ୍ଣିବାକୁ ଦୃଶ୍ୟ
ମନ ମୋହି ନିଏ ସେହୁ,
ସୁଗନ୍ଧିତ ବାୟୁ ବହି ଆସୁ ଥାଏ
ପକ୍ଷୀ ରାବ୍ ଶୁଭେ ବହୁ।
ଉଦ୍ୟାନ ପୁରିଛି ଜନ ଗହଳିରେ
ଆନନ୍ଦ ଉତ୍ସାହ ତହିଁ,
ଗୁଞ୍ଜନ ସଙ୍ଗୀତ କରେ ମନ୍ତ୍ରମୁଗ୍ଧ
ପ୍ରେମର ସନ୍ଦେଶ ଯହିଁ।
ଯୁବା ଓ ଯୁବତୀ ଭ୍ରମଣଟି ତହିଁ
ଆନନ୍ଦ ତହିଁ ଅପାର
ଚହଳଗହଳ ଉଦ୍ୟାନରେ ଯହିଁ
ଦିଶେଟି ଅତି ସୁନ୍ଦର।
ମୋହୁଥାଏଦୃଶ୍ୟ ମନ ଉତ୍ସାହିତ
ମନପ୍ରାଣ ପ୍ରଫୁଲ୍ଲିତ
ରଚନା କବିତା ରଚେ ସୁନ୍ଦରତା
ପରିବେଶ ବିରଳତା।
ଶୀତ ଋତୁ ପୁଣି ଶୀତର ତାଣ୍ଡବ
ଉଦ୍ୟାନରୁ ଅନୁଭବ,
ଗରମ ପୋଷାକ କରି ପରିଧାନ
ସୁନ୍ଦରତା ଅନୁଭବ।
ଦିଶୁଛି କୁହୁଡ଼ି କାଳ ସକାଳର
ମନ୍ତ୍ରମୁଗ୍ଧ ତହିଁ ଜନ,
ଉଦ୍ୟାନଦିଶୁଛି ମୋତିପରକାର
ଭ୍ରମନ୍ତି ଯହିଁରେ ଜନ।
ଦୃଶ୍ୟ ଅନୁପମା ମନୋରମ ଛଟ୍ଟା
ମନକୁ କରେ ଆନନ୍ଦ,
ଧୀରେଧୀରେଯହିଁ ସୂର୍ଯ୍ୟଙ୍କ କୀରଣ
ଭାଇରେ ତହିଁ ଆନନ୍ଦ।
