Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

କର ପ୍ରଭୁ ପରିତ୍ରାଣ

କର ପ୍ରଭୁ ପରିତ୍ରାଣ

1 min
387



ନିରାଶ୍ରୟ ଜନ   କରନ୍ତି ଗୁହାରି

    ଶୁଣ ପ୍ରଭୁ ଜଗନ୍ନାଥ

ବିଶାଳ ଭୁଜକୁ  ବିସ୍ତାର ହେ ନାଥ

   ନିରାଶ୍ରୟ ଜନେ ରଖ ।


ତୁମେ ମହାବାହୁ   ଅଗତିର ଗତି

    ତୁମେ ଜଗତ କାରଣ

ତୁମ ଆଜ୍ଞା ବଳେ  ଶ୍ରୀ ନୀଳକନ୍ଦରେ

     ଉଡେ ପତିତପାବନ ।


ତୁମେ ତ ସାରଥି   ଚଳାଉଛ ରଥ

    ବଡ଼ଦାଣ୍ଡେ ନନ୍ଦିଘୋଷ

ଦିଅ ଦିବ୍ୟଜ୍ଞାନ    କର ପରିତ୍ରାଣ

    ଦୂର ହେଉ ଦୁଃଖ କଷ୍ଟ ।


ଅସାର ସଂସାରେ  ମିଛ ମାୟା ମୋହ

     ଅଳୀକ ପଦ କ୍ଷମତା

ଆଜି ଅବା ଦିନେ    ମରିବ ମଣିଷ

    ଜଳିବ ଶ୍ମଶାନେ ଚିତା ।


ଅନ୍ଧ ଅହଂକାର   ସ୍ୱ।ର୍ଥର ପଛରେ

    ନ ଧାଉଁ ପଶୁ ପ୍ରବୃତ୍ତି

ସବୁରି ମନରେ    ଭରିଦିଅ ପ୍ରଭୁ

    ସୁସଙ୍କଳ୍ପ ସେବା ଭକ୍ତି ।


ପୁଣ୍ୟ ଧର୍ମ କର୍ମ   ସମାଜର ସେବା

    ମାନବୀୟ ମୂଲ୍ୟବୋଧ

ଜାଗରିତ ହେଉ   ପ୍ରତିଟି ମନରେ

    ସଦ୍ଭାବନା ପ୍ରେମ ଭାବ ।


ନିବାରିତ ହେଉ   ଦୁଃଖୀଙ୍କ ଆରତ

    ଦିଅ ହେ ଅଭୟ ବର

ନ ରହୁ ମଣିଷ    କେହି ନିରାଶ୍ରୟ

    ଧରା ‌ହେଉ ସ୍ୱର୍ଗ ପୁର ।

   


Rate this content
Log in

Similar oriya poem from Classics