STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

କୋଟି ପ୍ରଣତି ମାଆ

କୋଟି ପ୍ରଣତି ମାଆ

1 min
301


ହିଲ୍ଲୋଳେ ପବନ ନଭ  ଉଦିତ ସୂର୍ଯ୍ଯ ସ୍ବର୍ଣ୍ଣାଭ

ହେଉ ଅୟରାମ୍ଭ ଶୁଭ କରୁ ଦୟିନୀ

ପାର୍ବଣ ସୁଅବସରେ  ଅବତର ଏ ମର୍ତ୍ତରେ

ଶାରଦେ ବିରଜେ ଦୁର୍ଗେ ଜଗଜ୍ଜନନୀ

ସିଂହପୃଷ୍ଠେ ଶୂଳ ହସ୍ତେଣ

ଦରଶନ ଦିଅ ମାତ କରୁ ଜଣାଣ ।


ପ୍ରକୃତି ସ୍ବରୂପା ମାଆ  ଭରସା ତୁମେ ହିଁ ସାହା

ଭବାନୀ ପରମାରାଧ୍ଯା ବ୍ରହ୍ମଚାରିଣୀ

ଉଡାଅ ମା ସିଂହଧ୍ବଜା  ଦୂର ହେଉ ବିଘ୍ନ ବାଧା

ପ୍ରସନ୍ନ ହୁଅ ବରଦା ଗୌରୀ କଲ୍ଯାଣୀ

ପାପତାପ ନାଶ କଳ୍ମୁଷ

ମହାଶକ୍ତି ବଜ୍ରାଘାତେ କମ୍ପୁ ରାକ୍ଷସ ।


କରୁଅଛୁ ସୁସ୍ମରଣ  ପଦ୍ମପାଦେ ରଖି ଧ୍ଯାନ

ଉଲ୍ଲସୁ ଜୀବନ ପ୍ରାଣ ଦିଅ ଅଭୟ

ଶୈଳପୁତ୍ରୀ ସିଦ୍ଧିଦାତ୍ରୀ ଚନ୍ଦ୍ରଘଣ୍ଟା କାଳରାତ୍ରୀ

କୁଷ୍ମାଣ୍ଡା ଶିବାନୀ ଧାତ୍ରୀ ହୁଅ ସଦୟ

ଜଣାଉଛୁ କୋଟି ପ୍ରଣତି

ଦିଅ ମାଆ ସଦଗତି ମୁକତି ଶାନ୍ତି ।

   


Rate this content
Log in

Similar oriya poem from Classics