STORYMIRROR

Prakash Majhi

Inspirational

4  

Prakash Majhi

Inspirational

କୋରୋନା ଭୂତାଣୁ

କୋରୋନା ଭୂତାଣୁ

1 min
273

କୋଉଠି ଥିଲା ଏ କୋରୋନା ଭୂତାଣୁ

ଆସିିିଲା ଅଦିନେ ଉଡି

ଭୟଭୀତ ମନ ଥୟ ଧରୁୁୁନାହିଁଁ

ଅଜଣା ଫାଶରେ ପଡ଼ି।


କେତେ କଲବଲ ହୃଦୟର ଚିତ୍ର

ସୁଖରେ କଣ୍ଟାର ଚିିହ୍ନ,

ଅସହାୟ ଜୀବ ସାହାରା ଖୋଜୁଛି

ମିଳୁନି କେଉଁଠି ସ୍ଥାନ।


ଛଟପଟ ପ୍ରାଣ ଭାରିି ହନ୍ତସନ୍ତ

ଏକୂୂୂଳେ ସେକୂଳେ ଢେଉ

ଅମାନିଆ ଧାରେ ଝୁଣ୍ଟୁଛି ଆୟୁଷ

ଅଧାବାଟେ ଯାଉ ଯାଉ।


କହି ହେଉନି କି ସହିବି ହେଉନି

ଡ଼ହଳ ବିକଳ ଆଶା

ସପନ ହଜୁଛି ଗୋପନେ ବଜାରେ

ଅବୁୁଝା ଆଖିରେ ଭାଷା।


ସମୟର ଆଉ କି ଗୁୁୁଣ ଗାଇବ

ସବୁୁୁତ ଯେମିତି ଧିର

ଅଶାନ୍ତ ପୃଥିବୀ ଝୁରିଝୁୁରି ମରେ

ଲୁହରେ ଜୀବନ ଧାର ।


ଆକାଶର ଆଉ ଖବର ଯେ ନାହିଁ

ଝୁଲିଛି ଗୁଡାଏ ତାଲା

ମାଟିରେ ଜଳୁଛି ଅନେକ ଭାବନା

ମୃତ୍ୟୁର ଦୁଆର ମେଲା।




ପିଲା ବୁଢ଼ା ଟୋକା ସବୁତ ଛାନିଆ

ଏଇତ ରହସ୍ୟ କଥା,

ବିନା ମାସ୍କରେ ଘରୁ ବାହାରିଲେ

ଅକାଳେ ଘୂୂରାଏ ମଥା।


ଗର୍ବ ଅହଂକାର କ୍ଷଣିକରେ ଶେଷ

ସବୁୁୁତ ଦି-ଦିନ ନାଟ

ଧନୀ ଗରିବର ଠିକଣା ହଜିଛି

ଶ୍ମଶାନେ ସବୁରିି ଭେଟ।


ନୂତନ ପ୍ରୟୋଗ ସାନିିଟାଇଜର ସାବୁନ ଯେତେକ

କରିିିବ ଯତନେ ସଫା

ସବୁୁୁତ ବିଜ୍ଞାନ ନ ଧୋଇଲେ ହାତ

ଲାଗିବ ରୋଗର ଦଫା।


ଏ ତ ସଂକ୍ରମଣ ରୋଗର ଲକ୍ଷଣ

କେତେଦିିିନ ଯାଏ ଥିବ

ଭ୍ୟାକସିନ ମାଡରେ ଅଦୃୃଶ୍ୟ ହୋଇ

ସବୁୁଦିିିନ ପାଇଁ ଯିିବ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational