କୋଣାର୍କ
କୋଣାର୍କ
ଭାରତ ଭୂଖଣ୍ଡ ସପ୍ତାଶ୍ଚର୍ଯ୍ଯ ମଧ୍ୟେ
ତୁମେ ନିତ୍ଯ ସ୍ମରଣୀୟ ।
ତୁମ ଯଶ, କିର୍ତ୍ତୀ ପୃଥିବି ମଧ୍ୟରେ
ଗାଉଅଛି ଜୟ ଜୟ ।
ଧନ୍ୟ ଧନ୍ଯ ସେହି ଶିଳ୍ପୀ ।
ପଥର ଖଣ୍ଡରେ ନିହଣ ମୂନରେ
ଫୁଟାଏ ଅମର ଛବି ।
ମନ୍ଦିର ନୁହେଁତ ରଥ ସଦୃଶ୍ଯଏ
ପଥର ଅଦ୍ଭୂତ ରଥ ।
ଭାସ୍କର ଦେବଙ୍କ ଚଳନ୍ତି ପ୍ରତିମା
ପୂଜା ପାଇବାର ଅର୍ଥ ।
ଆହା କି ବିଚିତ୍ର ଲୀଳା ।
ଅଭିଶପ୍ତ ଆଜି ଏ ସୂର୍ଯ୍ଯ ମନ୍ଦିର
କାରୁକାର୍ଯ୍ଯ ମୟ କଳା ।
ସୁମନ୍ଯୁ ଋଷିଙ୍କ ଅଭିଶପ୍ତେ ଆଜି
ଜରାଜିର୍ଣ୍ଣ ଭଗ୍ନ ପ୍ରାୟ ।
ସୁମନ୍ୟୁ ଦୁଲାଳି ଚନ୍ଦ୍ରା ଅଲିଅଳି
କ୍ରୋଦ୍ଧାଗ୍ନିର ଅଭିପ୍ରାୟ ।
ରୂପେ ସ୍ବର୍ଗ ଅପସରି ।
ରୂପର ମାଦକ ଦେଖି ଧର୍ମଦେବ
ଜ୍ଞାନ ଗଲା ଅପସରି ।
ଚନ୍ଦ୍ରାବତୀ କନ୍ଯା ଭୟେ ଅବତୀର୍ଣ୍ଣା
ସୂର୍ଯ୍ଯଙ୍କର ଦୃଷ୍ଟ ମତି
।
ଚିର କାଳ ପାଇଁ ଭଗ୍ନସ୍ତୁପ ହୁଅ
ଚନ୍ଦ୍ରା ଅଭିଶାପ ଦ୍ଯନ୍ତି ।
ଆହା ନିରିମାଖି ଚନ୍ଦ୍ରା ।
ଜୀବନ ଝାସିଲେ ଚନ୍ଦ୍ରଭାଗା କୂଳେ
ଅଭିଶାପେ ସୂର୍ଯ୍ଯ ବନ୍ଧା ।
ନରସିଂହ ରାଜା ମନ୍ଦିର ତୋଳିଲେ
ସୂର୍ଯ୍ଯ ପୂଜା ହେବା ପାଇଁ ।
ଅଭିଶାପ ଗ୍ରସ୍ତ ସୂର୍ଯ୍ଯ ମନ୍ଦିରଏ
ଠାକୁର ରହିଲେ ନାହିଁ ।
ମଥାହେଲା ଅବନତ ।
ସୂର୍ଯ୍ଯ ଦେବତାଙ୍କ ଅପକର୍ମ କଥା
ଜାଣିଲେ ସାରା ଜଗତ ।
ପୂର୍ବଦିଗେ ସୂର୍ଯ୍ଯ ଉଦୟ ହୋଇଲେ
ପ୍ରଥମ କିରଣ ପଡେ ।
କାରୁକାର୍ଯ୍ଯମୟ ସୁନ୍ଦର କିରତି
ବିଶ୍ବରେ ପ୍ରଶଂସା ଲୋଡେ ।
ଯୁଗଯୁଗ ଗଲା ବିତି ।
ଚନ୍ଦ୍ରଭାଗା କୂଳେ ଶୂନ୍ଯ ମନ୍ଦିରଏ
ସୁନ୍ଦର ଏହା କିରତି ।
ପ୍ରାଚୀନଦୀ କୂଳେ ଏହାର ଉତ୍ପତି
କୋଣାର୍କ ଏହା ନାମ ।
ଅର୍କକ୍ଷେତ୍ର ବୋଲି ବିଶ୍ବରେ ପ୍ରସିଦ୍ଧ
ସୁନ୍ଦର ତା' କାରୁକାମ ।।