ସୁସ୍ଥ ମନେ ଦୁସ୍ଥ
ସୁସ୍ଥ ମନେ ଦୁସ୍ଥ
ସୁସ୍ଥ ମନେ ଦୁସ୍ଥ
ଅନ୍ଧକାରେ ବିଭ୍ରମରେ ଭ୍ରମଣ କରେ ବାଳୀ,
ଯତନ କରି ହାତରେ ଧରି ସୁପ୍ତ ଦୀପଟିଏ;
କହିଲି ତାକୁ ମୋ ଘରେ ନାହିଁ ଆଲୁଅ ଶିଖା ଖିଏ;
ସେଇଠି ଟିକେ ପ୍ରଦୀପ ଟିକି ଦିଅନ୍ତନି କି ଜାଳି ?
ଲାଜେଇ ଝିଅ ଲୁଚିଲା କାହିଁ ହସିଲା ଅମାନିଆଁ;
ସେଦିନୁ ଆଉ ଦିଶିଲା ନାହିଁ ଗଲାକି କେଣେ ହଜି !
ଜାଣିଲି ତାକୁ କେବେ ମୁଁ ଆଉ ପାଇବି ନାହିଁ ଖୋଜି |
ଦେଖିଲି ଥରେ ବର୍ଷାଟାରେ ଗଛମୂଳରେ ଠିଆ |
କହିଲି ତାରେ ବରଷା ନୀରେ ଥରି ଉଠିବ ଦେହ,
ଶୁଣ ମୋ କଥା, ଘେନ ଏ ଛତା, ମୋ ଘରେ ଆସି ବସ,
ବରଷା ଛାଡ଼ୁ ତୁମର ଘରୁ ପ୍ରଦୀପ ଘେନି ଆସ,
ବାହାରେ ଦୀପ ଜଳିବ ନାହିଁ ସେଇଠି ଜାଳି ଦିଅ |
ତା ଦୀପ ଜଳି ଘରଟା ପୋଡ଼ି ଯାଇଛି ସବୁ ସରି;
ସୁସ୍ଥ ମନେ ଦୁସ୍ଥ ମୁଁ ଗୋ ତ୍ରସ୍ତ ପଥଚାରୀ |