STORYMIRROR

Trupti Paikaray

Abstract Inspirational

3  

Trupti Paikaray

Abstract Inspirational

ବୁଲା କୁକୁର

ବୁଲା କୁକୁର

1 min
26.3K


ବୁଲା କୁକୁର

 

ତୃପ୍ତି ରେଖା ପାଇକରାୟ

 

ନିଜର ଅସ୍ତିତ୍ୱ ପାଇଁ,
ନିଜକୁ ଖାସ ଏକ ପରିଚୟ ଦେବା ପାଇଁ,
ଘୂରିବୁଲେ ସେ ଏଘରୁ ସେଘର, 
ଦାଣ୍ଡରୁ ଦୁଆର,
ସେ ଏକ ବୁଲା କୁକୁର ।

 

କି ଅବା ଲେଖିଛି ବିଧାତା,
ତା କପାଳରେ,
ନା ରହିବାର  ଠିକଣା,
ନା ଖାଇବାର ଠିକଣା,
ବାଟହୁଡ଼ା ପଥିକ ସାଜି,
ଘୂରିବୁଲେ ସେ ଏଘରୁ ସେଘର,
ଗାଁରୁ ସହର,
ସେ ଏକ ବୁଲା କୁକୁର ।

 

କ୍ଷୁଧା ମେଣ୍ଟାଇବାର ପ୍ରଚେଷ୍ଟାରେ, 
ନିଜ ତୃଷ୍ଣାକୁ ପୂର୍ଣ୍ଣଚ୍ଛେଦ ଦେବା ପ୍ରୟାସରେ,
ବାଟବଣା ପକ୍ଷୀ ପରି,
ଘୂରିବୁଲେ ଏଘରୁ ସେଘର,
ଗାଁରୁ ସହର,
ସେ ଏକ ବୁଲା କୁକୁର ।

 

ପୋଷା କୁକୁର ପରି,
କାହିଁ ତା'ର ଅହୋଭାଗ୍ୟ,
ନା ଯା'ର ଥାଏ ଖାଇବାର ଚିନ୍ତା,
ନା ରହିବାର ବ୍ୟଥା,
କିଏ ବା ଦେବ ତାକୁ
ମାଲିକର ସେ ଅନାବିଳ ଆଦର ?
କୋଳରେ ଶୁଆଇ
ହାତରେ ଆଉଁଶି
କିଏ ବା ଦେବ ତାକୁ
ସରଗର ସୁଖ ?
ସେ ଏକ ବୁଲା କୁକୁର ।

 

ଯାହାର ଅସ୍ତିତ୍ୱ ନାହିଁ,
ଯାହାର ପରିଚୟ ନାହିଁ,
ସ୍ୱପ୍ନ ଦେଖିବାକୁ ରାତିର ଠିକଣା ନାହିଁ,
ସେ ଏକ ବୁଲା କୁକୁର ।

 

ନିଜ ପେଟ ଚାଖଣ୍ଡକ ପାଇଁ
କେତେ ହଟହଟା ସେ, 
ଭୋକ ହେଲେ ନା କହିପାରେ,
ରୋଗଗ୍ରସ୍ତ ହେଲେ କେତେ କଷ୍ଟ ପାଏ,
ନିଜର ବୋଲି କେହି ବି ନଥାଏ,
ଘୂରିବୁଲେ ଏକ ପାଗଳ ଭଅଁର ପରି,
ଏଘରୁ ସେଘର ଆଉ ଦାଣ୍ଡରୁ ଦୁଆର,
ଚାହିଁରହେ କିଏ ଟିକେ ଆସନ୍ତା କି,
ତା ଦରଦୀ ମନର କଥା ଟିକେ ବୁଝନ୍ତା କି,
ହେଲେ ତାକୁ କି ଜଣା
ଯେ ସେ ଅଭିଶପ୍ତ
ଏକ ବୁଲା କୁକୁର  !

 

***


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract