STORYMIRROR

Binay Mohapatra

Abstract

3  

Binay Mohapatra

Abstract

ଆମେ ଓଡିଆ

ଆମେ ଓଡିଆ

1 min
28.3K


ଆମେ ଓଡିଆ,
ଧିରେ ଧିରେ ଆମେ ଆଗକୁ ବଢୁଛୁ
ପଛରେ ଆସୁଛି, କଳା ଧଳା ଘୋଡା
ବଳିଆ ସାଙ୍ଗରେ ଆମ କାଳିଆ ।।

ଆମ ଜୀବନ,
ଇତିହାସ ସାକ୍ଷୀ ହାରିନି ଏ ଜାତି
ଲଢିଛି ସର୍ବଦା, ଜିତି କେତେ ଯୁଦ୍ଧ
କଳିଙ୍ଗ ସେନାର ରଖିଛି ମାନ ।।

କଳା କୌଶଳେ,
ଗଢିଛି ଏ ଜାତି କେତେ ଯେ ମନ୍ଦିର
ଚନ୍ଦ୍ରଭାଗା ସାକ୍ଷୀ, ମୁଣ୍ଡି ମାରିଥିଲା
କିଶୋର ଧରମା କୋଣାର୍କ ଚୁଳେ ।।

ଶାନ୍ତିର ଦୂତ,
ଶାନ୍ତି ପିୟ ଆମେ ପ୍ରେମ ଆମ ବାର୍ତ୍ତା
ଚଣ୍ଡାଶୋକ ହାତୁ, ଖଡଗ ଖସିଲା
ଶାନ୍ତି ବାର୍ତ୍ତା ଦେଲା ସେ ପ୍ରେମଦୂତ ।।

ସାଧବପୁଅ,
ସାତ ସମୁଦ୍ରର ସେପାରି ଯାଇ,
ବେପାର ବଣିଜେ ଆଗୁଆ ଏ ଜାତି
ବୋହି ଆଣୁଥିଲା କେତେ ସଂପତି
ସିନ୍ଦୁକ ଭରି କେତେ ହୀରା ମୋତି
ସାଧବ ବୋହୁ ଚାହିଁ ବସି ଥାଏ
ସାଧବ ପାଇଁ ।।

ମା ସରସ୍ୱତୀ,
କଣ୍ଠେ ବିରାଜିଛି ଲେଖନୀ ଦେଇଛି,
ଏ ଜାତି ଗାଇଛି, ସାହିତ୍ୟ ରଚିଛି
ସାହିତ୍ୟେ ଆଗ୍ରଣୀ ପାଇଛି ଖ୍ୟାତି ।।

ପଡିନି ଶୋଇ,
ଅଳସ ପହରେ, ଢୁଳେଇ ପଡିଛି,
ଜାଗି ଯିବ ଦିନେ, ଜୟ ଜଗନ୍ନାଥ
ହୁଙ୍କାର ଦେଇ ରଣ ବାଙ୍କୁର,
ସୁପ୍ତ ବିଶ୍ୱକୁ ଦେବ ଜଗାଇ ।

***************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract