STORYMIRROR

Dr Susmita Dash

Abstract Inspirational Others

3  

Dr Susmita Dash

Abstract Inspirational Others

ନିଷ୍ପତ୍ତି ବର୍ତ୍ତମାନର

ନିଷ୍ପତ୍ତି ବର୍ତ୍ତମାନର

1 min
27.2K


ସମୟ ଆସିଲେ କହିବି,

କେତେ ନିର୍ମଳ ସଚେତନତା....

ସଂପୂର୍ଣ୍ଣ ଜାଗ୍ରତ ଅବସ୍ଥା.....

ଏ ବର୍ତ୍ତମାନ ରେ ରହିଛି,

ହାଲୁକାପଣ ଓ ସତର୍କତା।

ପ୍ରତ୍ୟେକ ନୂତନ ମୂହୁର୍ତ୍ତ ଆଣେ,

ବ୍ଯାଘାତରହିତ ଶାନ୍ତି ସହ ନିକଟତା,

ଯେପରିକି ଶିଶୁର ଚପଳତା....

ଦେଖିବା ଜଗତକୁ ଅନ୍ତର୍ଜ୍ଞାନର ଦୃଷ୍ଟିରେ,

ଉପଲବ୍ଧି କରିବା ସଳଖ ଭାବରେ...

ଅଚିନ୍ତା ରେ, ଭ୍ରମ ଧାରଣା ନକରି,

ପାବନ ଚିତ୍ତ ରେ, ଯନ୍ତ୍ରଣା ଠୁଁ ଦୂରେ।

ଅତୀତର ଯାତନା ,ସ୍ମୃତି ରହୁ ....

ଏ ବର୍ତ୍ତମାନର ପରିଧି ବାହାରେ,

ଭବିଷ୍ୟତ ଭୟର ଅଗ୍ରୀମ ଚିନ୍ତା,

ଅତୀତ ସହ ଆସକ୍ତି ଓ ଅନୁରାଗ,

ଦୂର୍ବଳ କରେ ଅନ୍ତର ର ଭାବ.....

ପଶ୍ଚାତପଦ ହେଉ ଆମେ ଅନିଚ୍ଛାରେ,

 ଠେଲି ଦେଇ ଜୀବନକୁ 

ଅନିଶ୍ଚିତତା କୁ ପୁଣିଥରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract