STORYMIRROR

Bhaskar Khanda

Abstract

3  

Bhaskar Khanda

Abstract

ସ୍ୱାଧୀନତା

ସ୍ୱାଧୀନତା

1 min
26.4K


ପରାଧୀନତାର କୋରଡରୁ ବାହାରି
ଦେଖେ ଯେବେ ସ୍ୱାଧୀନତା, 
ପ୍ରଶ୍ନବାଚୀର ବଳୟରେ
ଖୋଜେ ସେଇ ମର୍ମର ଅର୍ଥକୁ ।1।

ମଂଗ ଧରି ନିଜ ହାତେ
ନିଏ ଯଦି ସେ ନାବକୁ
ବିଧ୍ୱଂସର ପଥେ, 
ନିଜ ହାତେ ଛେଦି ନିଜ ଜିହ୍ୱା
ପ୍ରତିବାଦ କରିବି କାହାକୁ ?।2।

ଅବଳାର ସେ କରୁଣ ସ୍ୱର, 
ଅସହାୟତାର ଧ୍ୱନି
ଆଜିବି ପ୍ରତିଧ୍ଵନିତ, 
କହିବିକି ସ୍ୱାଧିନତା
ନିର୍ଭୟତା ଦେବାର ସେଇ ଅସମର୍ଥତାକୁ !।3।

କରି ନିଜ ସ୍ୱାର୍ଥକୁ ସାଧନ, 
ହାତେଇ ସେ କଳାଧନ, 
ଆଜିବି ଅଛନ୍ତି ଯେ ଦେଶର ବାସୀ
ନପାଇ ଦିମୁଠା ଅନ୍ନ
କହିବିକି ସ୍ୱାଧିନତା ତାକୁ ! ।4।

ଯୋଜନାର ପ୍ରାଚୀରରେ
ହୋଇ ସେ ଦଣ୍ଡାୟମାନ, 
ଗଲାଣିଯେ କେତେ ପାଞ୍ଚ ବର୍ଷ
ତଥାପି ଭୋକିଲା ଆଜି
ରହିଛି ମୋ ଦେଶ,
କିପରି କରିବି ବ୍ୟାଖ୍ୟା
ସେ ସ୍ୱାଧୀନତାକୁ ?।5।

ଭାସ୍କର ଚନ୍ଦ୍ର ଖଣ୍ଡା
ସହଦେବଖୁଣ୍ଟା, ବାଲେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bhaskar Khanda

Similar oriya poem from Abstract